ସୁଟିଂକୁ ଭାବିଲେ ସତ, ହିରୋଇନକୁ ବଞ୍ଚାଇବା ପାଇଁ ଡେଇଁ ପଡିଲେ ୨ ଯୁବକ

ନୂଆଦିଲ୍ଲୀ:  ଟିକିଏ ଭାବନ୍ତୁ ଯଦି ରିଲ୍ ସିନ୍ ମଝିରେ ହିରୋଇନକୁ ବଞ୍ଚାଇବାକୁ ରିଏଲ୍ ହିରୋ ଡେଇଁ ପଡନ୍ତି ତେବେ କିପରି ଦୃଶ୍ୟ ସୃଷ୍ଟି ହୋଇଥିବ । ଆଜ୍ଞା ହଁ ଏପରି କିଛି ସିନ୍ ଘଟିଛି ଟିଭି ସିରିୟଲ୍ ‘ତେରେ ବିନା ଜିଆ ଯାଏନା’ ସୁଟିଂ ସ୍ପଟରେ । ସୁଟିଂ ଚାଲିଥିବା ସମୟରେ ହିରୋଇନକୁ କିଛି ଗୁଣ୍ଡା ମାନେ ଉଠେଇ ନେଇଯାଉଥବା ବେଳେ ସେହି ରାସ୍ତାରେ ଯାଉଥିବା ୨ଜଣ ଯୁବକ ତାଙ୍କୁ ବଞ୍ଚାଇବା ପାଇଁ ଭ୍ୟାନ ଉପରକୁ ଡେଇଁ ପଡିଥିଲେ ।

ନିକଟରେ ‘ତେରେ ବିନା ଜିଆ ଯାଏନା’ ଟିଭି ସିରିୟଲର ଏକ ଆକ୍ସନ ସିନ ସୁଟ୍ କରାଯାଉଥିଲା । ଏହି ସମୟରେ କିଛି ଏମିତି ଜିନିଷ ଘଟିଲା କି ସମସ୍ତ ଆକ୍ଟର ଓ କ୍ରୁ ସଦସ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । ଏପରି କିଛି ଘଟିଥିଲା ଡ୍ରୋମ ଏଣ୍ଟରଟେନମେଣ୍ଟର ଧମାକାଦାର  ଲଭ୍ ଷ୍ଟୋରୀ ସିରିୟଲର ଏହି ଥ୍ରୀଲର୍ ସିନରେ ।

ଏ ଘଟଣାଟି ଘଟିଥିଲା ଯେଉଁ ସମୟରେ କିଛି ଗୁଣ୍ଡାମାନେ ମିଶିକରି କୃଶା(ଅଞ୍ଜଳି ତକ୍ଷାରୀ)କୁ ଅପହରଣ କରି ନେଇ ଯାଉଥିଲେ ଏବଂ ସିରିୟଲ ହିରୋ ଦେବରାଜ(ଅବନୀଶ ରେଖୀ) କାରର ପିଛା କରି କାରର ଡ୍ରାଇଭର ଝରକାରେ ଲଟକି ଯାଇଥିଲେ । କାରକୁ ଅଟକାଇ ଗୁଣ୍ଡା ମାନଙ୍କ ଠାରୁ କୃଶାକୁ ଘାଟିରେ ଘଟିବାକୁ ଯାଉଥିବା ଦୁର୍ଘଟଣାରୁ ବଞ୍ଚାଉଥିଲେ । ସେହି ସମୟରେ ବାଇକରେ ସେହି ବାଟରେ ଯାଉଥିବା ୨ଜଣ ଯୁବକ ମଧ୍ୟ ଯୁବତୀକୁ ବଞ୍ଚାଇବାକୁ ପଛେଇ ନଥିଲେ । ମଜାର କଥା କି ସେ ଯୁବକ ଦୁଇଜଣ ଜାଣିପାରି ନଥିଲେ କି ସେ ସ୍ଥାନରେ ସିରିୟର ସିନ୍ ସୁଟିଂ କରାଯାଉଥିଲା । ସେମାନଙ୍କ ଫାଇଟ୍ ସିନ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।