ରିଏଲ ଇଷ୍ଟେଟ ମାମଲାର ଦ୍ବନ୍ଦ୍ବ ଦୂର କରିବ ରେବା

ଭୁବନେଶ୍ବର: ସହରାଞ୍ଚଳରେ ଘର ଖଣ୍ଡିଏ କରିବାକୁ ଲୋକଙ୍କ ଆଗ୍ରହ ବଢୁଛି । ଏହା ସହିତ ରିଏଲ ଇଷ୍ଟେଟ କାରବାରରେ ଆଇନଗତ ମାମଲା ମଧ୍ୟ ବଢି ଚାଲିଛି । ଜମି ହେଉ କି ଘର କିଣିବା ବେଳେ ସମସ୍ତ କାଗଜପତ୍ର ଯାଞ୍ଚ କରିବାର ସୁଯୋଗ ନଥିବାରୁ କ୍ରେତା ଅଯଥାରେ ଅଦାଲତି ମାମଲାରେ ଫସୁଛନ୍ତି । ଏହି ସେକ୍ଟରରେ ମାମଲା ବଢୁଥିବାରୁ ଓରେରା କୋର୍ଟରେ ମାମଲା ସଂଖ୍ୟା ମଧ୍ୟ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ପାଇଁ ଦେଶର ଚତୁର୍ଥ ରାଜ୍ୟ ଭାବେ ଗଢାଯାଇଛି ରିଏଲ ଇଷ୍ଟେଟ ବାର ଆସୋସିଏସନ ।
ରିଏଲ ଇଷ୍ଟେଟ କାରବାର ସମ୍ପର୍କିତ ମାମଲା ଲଢୁଥିବା ଓକିଲମାନଙ୍କୁ ନେଇ ଗଢା ଯାଇଛି ରେବା । ଏହାର ପ୍ରଥମ ସମ୍ମିଳନୀ ଭୁବନେଶ୍ବରରେ ଅନୁଷ୍ଠିତ ହୋଇଛି । ରିଏଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ପାଇଁ ଅନେକ ଆଇନ ଆସୁଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରିବାରେ ସମସ୍ୟା ଉପଜୁଛି । ଅନେକ ଆଇନ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର କରିବାକୁ ରେବା କାମ କରିବ ବୋଲି ଆଶା କରାଯାଉଛି ।