ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କରୋନା ଟେଷ୍ଟ,ପରୀକ୍ଷା ଫଳାଫଳ କଣ ଜାଣିବାକୁ ପଢନ୍ତୁ…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଦିନକ ପୂର୍ବରୁ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସ୍ଥାନୀୟ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଏମ୍ସର ଡାକ୍ତରମାନଙ୍କ ଚିକିତ୍ସା ପରେ ତାଙ୍କୁ ମଙ୍ଗଳବାର ଡିସଚାର୍ଜ କରାଯାଇଥିବା ସୂଚନା ମିଳିଛି । ବିଶ୍ୱ ମହାମାରୀ କରୋନା ସମୟରେ ଏମ୍ସରେ ମନମୋହନ ସିଂଙ୍କୁ ଭର୍ତ୍ତି କରାଯିବା ପରେ ନାନା ଚର୍ଚ୍ଚା ଜୋର ଧରିଥିଲା । ସାରା ମାନବ ସମାଜ କରୋନାକୁ ମୁକାବିଲା କରୁଥିବା ବେଳେ ମନମୋହନଙ୍କ ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡି ଯିବନି ତ ।

ପୂର୍ବରୁ ମଧ୍ୟ ସିଂଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେବାର ନଜିର ରହିଛି । ତେଣୁ ଦଳମତ ନିର୍ବିଶେଷର ସବୁ ବର୍ଗଙ୍କ ମନମୋହନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ହେଲେ ପୂର୍ବରୁ ଦେଶର ସର୍ବୋଚ୍ଚ କ୍ଷମତାଶାଳୀ ପଦରେ ଅଧିଷ୍ଠିତ ହୋଇଥିବା ମନମୋହନଙ୍କର କରୋନା ଟେଷ୍ଟିଂ ମଧ୍ୟ କରାଯାଇଥିଲା । ଏହି ଟେଷ୍ଟିଂ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରିଥିଲେ । ମନମୋହନଙ୍କ ନମୁନା କରୋନା ପଜିଟିଭ୍ କି ନେଗେଟିଭ୍ ଆସୁଛି, ତାହା ଉପରେ ଏମ୍ସ କର୍ତ୍ତୃପକ୍ଷ ଏବଂ ଅନ୍ୟମାନଙ୍କ ନଜର ରହିଥିଲା ।

ଏହା ପରେ ମଙ୍ଗଳବାର ସକାଳୁ ଏମ୍ସ ସୂତ୍ରରୁ ସ୍ପଷ୍ଟ ହୋଇଯାଇଥିଲା ଯେ, ପୂର୍ବ ପ୍ରଧାନମନ୍ତ୍ରୀଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି । ଯାହା ତାଙ୍କ ପରିବାର, ଶୁଭେଚ୍ଛୁ ଏବଂ ଅଗଣିତ ଶୁଭଚିନ୍ତକଙ୍କୁ ଆଶ୍ୱସ୍ତି କରିଥିଲା । ଏବେ ମନମୋହନ ସିଂ ସମ୍ପୂର୍ଣ୍ଣ ସୁସ୍ଥ ।

Leave a Reply