ମୋଦି କଲେ କୃଷି ଆଇନ ପ୍ରତ୍ୟାହାର ଘୋଷଣା, ବିରୋଧି କହିଲେ ଏମିତି…
1 min readନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ସବୁଠୁ ଛୁଟୁଛି ପ୍ରତିକ୍ରିୟା । ରାଜନୈତିକ ବିଶ୍ଲଷକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତା-ମନ୍ତ୍ରୀଙ୍କ ମତ ମନ୍ତବ୍ୟରେ ପୁରି ଉଠିଛି ସୋସିଆଲ ମିଡି଼ଆ । ଆନ୍ଦୋଳନକୁ ତତକ୍ଷଣାତ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା ତଥା କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ । ସେ କହିଛନ୍ତି ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରୁଛୁ, ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ସଂସଦରେ ପ୍ରତ୍ୟାହର ବିଲ ପାସ ନକରିଛନ୍ତି । ଏହା ସହ ଟିକାୟତ କହିଛନ୍ତି ଚାଷୀ ଆନ୍ଦୋଳନ ସ୍ଥଗିତ ରହିବା ପୂର୍ବରୁ କେନ୍ଦ୍ର ସରକାର କୃଷକଙ୍କ ସହ ଆଲୋଚନା କରନ୍ତୁ ।
आंदोलन तत्काल वापस नहीं होगा, हम उस दिन का इंतजार करेंगे जब कृषि कानूनों को संसद में रद्द किया जाएगा ।
सरकार MSP के साथ-साथ किसानों के दूसरे मुद्दों पर भी बातचीत करें : @RakeshTikaitBKU#FarmersProtest
— Rakesh Tikait (@RakeshTikaitBKU) November 19, 2021
ଚାଷୀ ସଂଗଠନ MSPକୁ ନେଇ ମଧ୍ୟ ଆନ୍ଦୋଳନ ଜାରି ରଖିଛି । ତେଣୁ ଅନ୍ୟ ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ଆଲୋଚନା କରିବାର ଆବଶ୍ୟକତା ରହିଛି । ନଚେତ ଏ ଆନ୍ଦୋଳନ ସ୍ଥଗିତ ରହିବ ନାହିଁ । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଦେଶର ଅନ୍ନଦାତା ସତ୍ୟାଗ୍ରହ କରି ଅହଂକାର ଭାଙ୍ଗି ଦେଇଛନ୍ତି । ଅନ୍ୟାୟ ବିରୋଧରେ ଏକ ବିଡ଼ ବିଜୟ ହୋଇଛି ବୋଲି ଟ୍ବିଟ୍ କରିଛନ୍ତି ରାହୁଲ ଗାନ୍ଧି । ଏହା ସହିତ ସେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଖୋଦ ରାହୁଲ ଗାନ୍ଧୀ ସାମ୍ବାଦିକ ମାନଙ୍କୁ ପ୍ରତିକ୍ରିୟା ଦେଉଛନ୍ତି । ସେଥିରେ ସେ କହିଛନ୍ତି କଂଗ୍ରେସ କୃଷକଙ୍କ ସହ ସର୍ବାଦା ଏବଂ ସବୁ ସମୟରେ ରହିଛି ।
देश के अन्नदाता ने सत्याग्रह से अहंकार का सर झुका दिया।
अन्याय के खिलाफ़ ये जीत मुबारक हो!जय हिंद, जय हिंद का किसान!#FarmersProtest https://t.co/enrWm6f3Sq
— Rahul Gandhi (@RahulGandhi) November 19, 2021
ସେପଟେ ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ପରାଜୟ ଓ ଆସୁଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ବାଧ୍ୟ ହୋଇଥିବା ପ୍ରତିକ୍ରିୟା ପ୍ରକାଶ ପାଉଛି । ସେତେବେଳେ ଜଣେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ , ଯେତେବେଳେ ଜଣେ ସେହିଭଳି ଲୋକ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ କରାଏ । କେନ୍ଦ୍ର ସରକାର ବହୁ ଆଗରୁ ଆଇନ ପ୍ରତ୍ୟାହାର କରିବାର ଥିଲା, ଏଭଳି ହୋଇଥିଲେ 500 ରୁ ଅଧିକ ଚାଷୀ ସହିଦ ହୋଇ ନଥାନ୍ତେ ବୋଲି କଂଗ୍ରେସ କହିଛି । ସରକାର ନିର୍ବାଚନ ହାରିବା ଭୟରେ ଆଇନ ପ୍ରତ୍ୟାହାର କଲେ ବୋଲି ଏନସିପି ନେତା ନୱାବ ମଲ୍ଲିକ କହିଛନ୍ତି ।
'झुकती है दुनिया झुकाने वाला चाहिए'
तीनों कृषि कायदे वापस लिए गए,
हमारे देश के किसानों को मेरा सलाम और शहीद किसानो को अभिवादन— Nawab Malik نواب ملک नवाब मलिक (@nawabmalikncp) November 19, 2021
ସେପଟେ ବିରୋଧୀ ଆରମ୍ଭରୁ ଆଇନ ବିପକ୍ଷରେ ଥିଲେ, ସରକାର ବିଚାର ବିମର୍ଶ କରିଥିଲେ, ଏତେ ଚାଷୀ ସହିଦ ହୋଇ ନଥାନ୍ତେ ବୋଲି ଆରଜେଡି କହିଛି । କେନ୍ଦ୍ର ସରକାରଙ୍କ ଅହଂକାର ଭାଙ୍ଗିଛି, ଚାଷୀଙ୍କ ବିଜୟ ହୋଇଛି ବୋଲି ଟିଏମ୍ସି ପ୍ରତିକ୍ରିୟା ରଖିଛି । ଅନ୍ୟପଟେ ଚାଷୀ ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ସୋସିଆଲ ମିଡିଆରେ ୟୁଜର ମଧ୍ୟ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କେହି କେହି କହିଛନ୍ତି କିଛି ଅନ୍ଧ ଭକ୍ତ କହୁଥିଲେ ମୋଦି ମୁଣ୍ଡ ନୁଆଁନ୍ତି ନାହିଁ । କିନ୍ତୁ ଏମିତି ସମୟ ଆସିଲା ଯେ ଖୋଦ ନିଜେ ମୋଦି ମୁଣ୍ଡକୁ ନୁଆଁଇବା ପାଇଁ ବାଧ୍ୟ ହେଲେ ।