ଦାରିଙ୍ଗବାଡ଼ି ମାଙ୍କିପଡ଼ା ଆମ୍ବ ଟାକୁଆ ମୃତ୍ଯୁ ଘଟଣା : ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ନନ୍ଦିଘୋଷ ବ୍ୟୁରୋ: ଦାରିଙ୍ଗବାଡ଼ି ମାଙ୍କିପଡ଼ା ଆମ୍ବ ଟାକୁଆ ମୃତ୍ଯୁ ଘଟଣା । ଅଘଟଣର ୬ ଦିନ ପରେ ଚେତିଲେ ସରକାର । ଆରଡିସି ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ମୋହନ । ଟାକୁଆ ଟ୍ରାଜେଡିର ତଦନ୍ତ କରିବେ ଆରଡିସି । ଆମ୍ବ ଟାକୁଆ ଜାଉ ଖାଇ ୨ ମହିଳାଙ୍କର ମୃତ୍ଯୁ ହୋଇଥିବାବେଳେ ଆଉ ଦୁଇ ମହିଳା ଏସସିବିରେ ଜୀବନ ସହ ସଂଘର୍ଷ କରୁଛନ୍ତି । ୩ ମାସ ହେଲା ଚାଉଳ ନମିଳିବାରୁ ଭୋକ ବିକଳରେ ଲୋକ ଆମ୍ବ ଟାକୁଆ ଖାଇଥିଲେ ବୋଲି ଅଭିଯୋଗ କରିଛନ୍ତି । ଚାଉଳ ମିଳିଥିବା ନେଇ ମନ୍ତ୍ରୀ ବାରମ୍ବାର ଅଭିଯୋଗ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସରକାରଙ୍କ ଉପରକୁ ଅଙ୍ଗୁଳି ଉଠିଛି । ଏଭଳି ସମୟରେ ମୁଖ୍ଯମନ୍ତ୍ରୀ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।