ପରୀକ୍ଷା ଚାଲିଥିବା ବେଳେ ଝୁଲିପଡିଲେ ରମାଦେବୀ ଛାତ୍ରୀ, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଯୁକ୍ତ ୨ ଦ୍ୱିତୀୟ ବର୍ଷର ବୋଲି ଜଣାପଡିଛି । ତାଙ୍କ ଘର ରାୟଗଡା ଜିଲ୍ଲାରେ ହୋଇଥିବା ଜଣାପଡିଛି । ପରୀକ୍ଷା ଚାଲିଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ୨ଟି ପେପର ଖରାପ ହୋଇଥିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ହଷ୍ଟେଲରୁ ପୋଲିସକୁ ସୁଇସାଇଡ ନୋଟ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ କରୁଛି ।