IPL ୨୦୨୫ ଫାଇନାଲରେ ବାଙ୍ଗାଲୋର, ୮ ଓ୍ବିକେଟରେ ପଞ୍ଜାବକୁ ହରାଇଲା
1 min read
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ ଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି RCB । ପ୍ରଥମ କ୍ବାଲିଫାୟର ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୮ ଓ୍ବିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ମାତ୍ର ୧୦୧ ରନ କରିଥିଲା । ୧୪ ଓଭର ୧ ବଲରେ ଅଲଆଉଟ୍ ହୋଇ ପଞ୍ଜାବ ମାତ୍ର ୧୦୧ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ୧୦ ଓଭର ମଧ୍ୟରେ ବାଙ୍ଗାଲୋର ଏହି ସ୍କୋରକୁ କରି ଦେଇଛି । ସଲ୍ଟଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଦଳ ଫାଇପାଲରେ ପ୍ରବଶ କରିଛି । ସେପଟେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ମାର୍କସ ଷ୍ଟୋଇନିସ୍ ସର୍ବାଧିକ ୨୬ କରିଥିଲେ । ବାଙ୍ଗାଲୋର ପକ୍ଷରୁ ହାଜେଲ୍ ହୁଡ୍ ଏବଂ ସୂୟସ ଶର୍ମା ୩ଟି ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିଥିଲେ ।
ପଂଜାବ ଟିମ୍ ସ୍କୋର ୫୦ ରନ୍ ବେଳକୁ ଆଗଧାଡ଼ିର ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ଏଥିରେ ଜୋସ୍ ଇଂଲିଂ (୪ ରନ୍) ଓ ନେହ୍ବାଲ ୱାଧୀରା (୮ରନ୍) ମଧ୍ୟ ସାମିଲ ଅଛନ୍ତି। ପଂଜାବ ପାଇଁ ମାର୍କସ ଷ୍ଟୋଇନିସ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୧୭ଟି ବଲ୍ ଖେଳି ୨ଟି ଚୌକା ଓ ୨ଟି ଛକା ସହାୟତାରେ ୨୬ ରନ୍ ସଂଗ୍ରହ କରିଥିଲେ। ସେହିପରି ଆଜମାତୁଲ୍ଲା ଓମାରଜଇ ୧୨ଟି ବଲ୍ ଖେଳି ୧୮ ରନ୍ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରଶ୍ୟଜନକ ଥିଲା।
ବେଙ୍ଗାଲୁରୁ ପାଇଁ ସୂୟାଶ ଶର୍ମା ଓ ହେଜଲଉଡ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ସୂୟାଶ ୩ ଓଭର ବୋଲିଂ କରିଥିଲେ। ସେ ୧୭ ରନ୍ ଖର୍ଚ୍ଚ କରିଥିଲେ। ସେହିପରି ହେଜଲଉଡ୍ ୩.୧ ଓଭର ବୋଲିଂ କରିଥିଲେ। ସେ ୨୧ ରନ୍ ଖର୍ଚ୍ଚ କରିଥିଲେ। ୟଶ ଦୟାଲଙ୍କୁ ୨ଟି ୱିକେଟ୍ ମିଳିଥିଲା ବେଳେ ଭୁବନେଶ୍ବର କୁମାର ଓ ରୋମାରିଓ ସିଫର୍ଡ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।