ଓଡ଼ିଶା ଆର୍ଥିକ ଅଭିବୃଦ୍ଧିର ବିନ୍ଧାଣୀ ନବୀନ, ଆରବିଆଇ ଦେଲା ଉତ୍ତମ ପ୍ରଶାସନର ସାର୍ଟିଫିକେଟ

1 min read

ଭୁବନେଶ୍ୱର : ନବୀନଙ୍କ ପାଇଁ ଦରିଦ୍ର ରାଜ୍ୟ ଓଡ଼ିଶା ଆଜି ସମ୍ଭାବନାର ହବ୍ । ଖୋଦ ଏପରି ଦାବି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ନବୀନଙ୍କ ଶାସନ କାଳରେ ଓଡ଼ିଶା ପ୍ରଗତିଶୀଳ ଅର୍ଥନୀତିରେ ପହଞ୍ଚିଥିଲା । ଖୋଦ ବିରୋଧୀ ବି ଏହି କଥାକୁ ସ୍ବୀକାର କରିଛନ୍ତି । ପୁଣି ଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସର୍ବୋଚ୍ଚ ବ୍ୟାଙ୍କ ଦେଇଛି ଉତ୍ତମ ପ୍ରଶାସନର ସାର୍ଟିଫିକେଟ୍ ।

ବିତ୍ତୀୟ ଉତ୍ତରଦାୟୀ ବଜେଟ୍ ପରିଚାଳନାରେ ଦେଶରେ ଉଦାହରଣ ସୃଷ୍ଟି କରିଥିଲା ଓଡ଼ିଶା । ନବୀନଙ୍କ ଶେଷ ୩ ବର୍ଷ ଶାସନ ଭିତରେ ଓଡ଼ିଆକୁ ଆଦୌ ଋଣ କରିବାକୁ ପଡ଼ି ନଥିଲା । ଖଣିଜ ସମ୍ପଦର ସୁବିନିଯୋଗ କରି କିପରି ରାଜ୍ୟରେ ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହେବ ସେ ନେଇ ମଧ୍ୟ ନବୀନ କରିଥିଲେ ଉଦ୍ୟମ । ଏବେ କିନ୍ତୁ ବଡ଼ ବଡ଼ ଶିଳ୍ପ ଓଡ଼ିଶାରୁ ମୁହଁ ଫେରାଇବା ଆରମ୍ଭ କରିଛନ୍ତି । ଏପରିକି କୋଭିଡ ମହାମାରୀ ସମୟରେ ଓଡ଼ିଶାର ଆର୍ଥିକ ପରିଚାଳନାକୁ ନୀତି ଆୟୋଗ ବି ପ୍ରଶଂସା କରିଥିଲେ ।

ଆରବିଆଇ ତାର ରିପୋର୍ଟରେ କହିଛି ଓଡ଼ିଶା ଏକମାତ୍ର ରାଜ୍ୟ ଯାହାକି ୨୦୨୦-୨୧ରେ ରାଜ୍ୟ ଘରୋଇ ଉତ୍ପାଦର ୧.୭ ପ୍ରତିଶତ ରାଜସ୍ବ ବଳକା ରାଜ୍ୟର ମାନ୍ୟତା ପାଇଥିଲା । ଯାହା ୨୦୨୧-୨୨ରେ ବୃଦ୍ଧି ପାଇ ହୋଇଥିଲା ୬.୫ ପ୍ରତିଶତ । ଅଣଟିକସ ରାଜସ୍ବ ସଂଗ୍ରହରେ ଓଡ଼ିଶା ଦେଶରେ ରେକର୍ଡ କରିଥିଲା । ଖଣିଜ ସମ୍ପଦର ସ୍ବଚ୍ଛ କାରବାର କରିବାରେ ଦେଶରେ ନୂଆ ଉଦାହରଣ ସୃଷ୍ଟି କରିଥିଲେ ତତ୍କାଳୀନ ନବୀନ ସରକାର ।