କରୋନା ମାଡ଼: ଅର୍ଥନୀତିକୁ ଟ୍ରାକକୁ ଆସିବାକୁ ଲାଗିବ ଆହୁରି ୧୫ ବର୍ଷ

1 min read

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱର ଅର୍ଥନୀତି ବିଗିଡ଼ି ଯାଇଛି । ଭାରତର ଅର୍ଥନୀତି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ । ପ୍ରଥମ ଥର ଦୀର୍ଘ ସମୟ ଧରି ଲକଡାଉନ୍ଏ‌ ବଂ ପରେ ଛୋଟ ଛୋଟ ଆଂଶିକ ଲକଡାଉନ୍ ଭାରତର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି । ଏବେ ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ବା RBIର କହିବା ହେଉଛି ଏଭଳି ସ୍ଥିତିରେ ଭାରତର ଅର୍ଥନୀତି ମୁଣ୍ଡଟେକି ଛିଡ଼ା ହେବାକୁ ଆଉ ୧୫ ବର୍ଷ ସମୟ ଲାଗିବ ।

ନିକଟରେ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ତା’ର ୨୦୨୧-୨୦୨୨ ର Report On Currency and finance (RCF)  ଜାରି କରିଛି । ବ୍ୟାଙ୍କର କହିବା ହେଉଛି କୋଭିଡ ମହାମାରୀ ହେତୁ ଅର୍ଥନୀତିକୁ ବଡ଼ ଧରଣର କ୍ଷତି ପହଞ୍ଚିଛି । ଯାହାର ଭରଣ ପାଇଁ ୧୫ ବର୍ଷ ସମୟ ଲାଗିଯିବ ।

ଅର୍ଥନୀତିରେ ସୁଧାର ଆଣିବା ପାଇଁ ୭ଟି କଥାକୁ ଗୁରୁତ୍ୱ ଦେଇଛି ଆରବିଆଇ । ଯେଉଁଥିରେ ଇନଷ୍ଟିଚ୍ୟୁଟ୍‌, ଇଣ୍ଟରମିଡିୟରି ଏବଂ ବଜାର ଉପରେ ଧ୍ୟାନ ଦେବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆର୍ଥିକ ସ୍ଥିତି ଭଲ ରଖିବାକୁ RBI ସରକାରଙ୍କ ଉପରେ ଥିବା ଧାର ଟଙ୍କା କମ୍‌ କରିବା କଥା ମଧ୍ୟ କହିଛି । କେନ୍ଦ୍ରୀୟ ବ୍ୟାଙ୍କର କହିବା ହେଉଛି ଯଦି ଭାରତକୁ ନିଜ ଆର୍ଥିକ ଅର୍ଥନୀତିରେ ସୁଧାର ଆଣିବାର ଅଛି ତେବେ ଆଗାମି ୫ ବର୍ଷରେ ସରକାରଙ୍କ ଉପରେ ଧାର ବୋଝକୁ ଜିଡିପିର ୬୬ ପ୍ରତିଶତ ତଳକୁ ଆଣିବାକୁ ପଡ଼ିବ ।