ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା RBI, ୬ ମାସ ପର୍ଯ୍ୟନ୍ତ ଗ୍ରାହ ଉଠାଇପାରିବେନି ଟଙ୍କା
1 min readନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଉ ଏକ ସମବାୟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ନାଶିକର ଇଣ୍ଡିପେଣ୍ଡେନ୍ସ କୋ-ଅପରେଟିଭ୍ ବ୍ୟାଙ୍କ ଲିମିଟେଡ୍ ଉପରେ ଆରବିଆଇ ପ୍ରତିବନ୍ଧକ ଲଗାଇଛି। ପିଟିଆଇ ଅନୁଯାୟୀ ବ୍ୟାଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ ଆରବିଆଇ ଏହା ଉପରେ ସତର୍କତା ଅବଲମ୍ବନ କରି ପ୍ରତିବନ୍ଧକ ଲଗାଇଛି। ଏହି ପ୍ରତିବନ୍ଧକ ଲାଗିବାପରେ ବ୍ୟାଙ୍କ ଆକାଉଣ୍ଟଧାରୀମାନଙ୍କୁ ଆଉ ଟଙ୍କା ଉଠାଇବାକୁ ଅନୁମତି ଦିଆଯିବ ନାହିଁ। ଅର୍ଥାତ ଗ୍ରାହକ ଆଉ ଟଙ୍କା ଉଠାଇପାରିବେ ନାହିଁ।
ଏଥି ସହିତ, ଇଣ୍ଡିପେଣ୍ଡେନ୍ସ କୋ-ଅପରେଟିଭ୍ ବ୍ୟାଙ୍କର ପ୍ରାୟ ୯୯.୮୮ ପ୍ରତିଶତ ଆକାଉଣ୍ଟଧାରୀ ଜମା ବୀମା ଏବଂ କ୍ରେଡିଟ୍ ଗ୍ୟାରେଣ୍ଟି ନିଗମର ବୀମା କଭର ପାଇଁ ଯୋଗ୍ୟ ଅଟନ୍ତି। ଏହି ବୀମା କଭର ଯୋଜନାରେ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଜମା ଉପରେ ବୀମା କଭର ପ୍ରଦାନ କରିଥାଏ। କିନ୍ତୁ ଆରବିଆଇ ଦ୍ୱାରା ୬ ମାସ ପାଇଁ ପ୍ରତିବନ୍ଧକ ଲଗାଯାଇଛି। ଏହି ଆଦେଶ ଫେବୃଆରୀ ୧୦ ଠାରୁ ଲାଗୁ ହୋଇଛି ।
ଏହି ନିଷେଧାଦେଶ ପରେ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ସମ୍ପର୍କରେ ଆରବିଆଇ କିଛି ନିର୍ଦ୍ଦେଶ ଜାରି କରିଛି। ଯେଉଁଥିରେ ବ୍ୟାଙ୍କର ଆକାଉଣ୍ଟଧାରୀମାନଙ୍କୁ ବ୍ୟାଙ୍କର ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସଞ୍ଚୟ କିମ୍ବା ଚାଲୁଥିବା ଆକାଉଣ୍ଟରେ ଟଙ୍କା ଜମା ଏବଂ ଉଠାଇବାକୁ ଦିଆଯିବ ନାହିଁ। ଏହା ସହିତ ଆରବିଆଇ ଏହାର ଆଦେଶରେ କହିଛି ଯେ ଆକାଉଣ୍ଟଧାରୀମାନେ କିଛି ନିୟମ ଏବଂ ସର୍ତ୍ତ ଅନୁଯାୟୀ ଋଣ ପରିଶୋଧ କରିପାରିବେ। କେବଳ ଏତିକି ନୁହେଁ, ନୂତନ ପୁଞ୍ଜି ବିନିଯୋଗ, ବିପୁଳ ପରିମାଣର ଦେୟ ଏବଂ ଋଣ ଦେବା ପାଇଁ ବି ବ୍ୟାଙ୍କ ଅଧିକାରୀଙ୍କ ଅଧିକାର ରହିବ ନାହିଁ। ଆରବିଆଇ ସ୍ପଷ୍ଟ ଭାବେ କହିଛି ଯେ ଯେପର୍ଯ୍ୟନ୍ତ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧୁରିବ ନାହିଁ ସେ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ।