ଘରୋଇ ବ୍ୟାଙ୍କରେ ବୁଡ଼ିବନି ଟଙ୍କା: ଆର୍‌ବିଆଇ

ଭୁବନେଶ୍ୱର: ଘରୋଇ ବ୍ୟାଙ୍କରେ ବୁଡ଼ିବନି ଟଙ୍କା । ରିଜର୍ଭ ବ୍ୟାଙ୍କରୁ ଆସିଲା ଅଭୟବାଣୀ । ମୁଖ୍ୟ ଶାସନ ସଚିବଙ୍କୁ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣରଙ୍କ ଚିଠି । ଘରୋଇ ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର ନିଷ୍ପତି ନନେବାକୁ ପରାମର୍ଶ । ସବୁ ଘରୋଇ ବ୍ୟାଙ୍କର ତଦାରଖ ଦାୟିତ୍ୱ ଆର୍‌ବିଆଇର । ତେଣୁ ଟଙ୍କା ବୁଡ଼ିବା ଏକ ଚର୍ଚ୍ଚା ମାତ୍ର । ଜମାକାରୀଙ୍କ ଅର୍ଥର ସୁରକ୍ଷା ରିଜର୍ଭ ବ୍ୟାଙ୍କର ଦାୟିତ୍ୱ ବୋଲି ,ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଆରବିଆଇ ଡେପୁଟି ଗଭର୍ଣ୍ଣର ଏନ. ଏସ ବିଶ୍ୱନାଥନ ଚିଠି ଲେଖି ଜଣାଇଛନ୍ତି ।

ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ବିଭିନ୍ନ ରାଜ୍ୟ ସରକାର ସରକାରୀ ସଂସ୍ଥାର ଅର୍ଥ ଘରୋଇ ବ୍ୟାଙ୍କ ଗୁଡ଼ିକରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଭଳି ପଦକ୍ଷେପ ବ୍ୟାଙ୍କିଂ ଓ ଆର୍ଥିକ ଅନୁଷ୍ଠାନ ଗୁଡ଼ିକର ଆର୍ଥିକ ସ୍ଥାୟିତ୍ୱ ଉପରେ ନକରାତ୍ମକ ପ୍ରଭାବ ପକାଉଛି । ଘରୋଇ ବ୍ୟାଙ୍କ ଗୁଡ଼ିକର ତଦାରଖ ପାଇଁ ରିଜର୍ଭ ବ୍ୟାଙ୍କର ପର୍ଯ୍ୟାପ୍ତ କ୍ଷମତା ରହିଛି ।

ଘରୋଇ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସମ୍ପୂଣ୍ଣ ଭାବେ ସୁରକ୍ଷିତ ବୋଲି କହି କୈାଣସି ଜମାକାରୀଙ୍କ କ୍ଷତି ସହିବେ ନାହିଁ । ଆରବିଆଇର ଡେପୁଟି ଗଭର୍ଣ୍ଣର ଏଭଳି ଆଶ୍ୱସ୍ତି ବାଣୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ୟେସ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥର ସୁରକ୍ଷା ପାଇଁ ଆରବିଆଇ ଏକ ଯୋଜନା କରୁଛନ୍ତି । ତେଣୁ ଘରୋଇ ବ୍ୟାଙ୍କ ଗୁଡ଼ିକରୁ ସରକାରୀ ଅର୍ଥ ପ୍ରତ୍ୟାହାର ନକରିବାକୁ ସେ ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦେଇଛନ୍ତି ।….

Leave a Reply