୧୧ ଥର ଲାଗି ଅପରିବର୍ତ୍ତିତ ରହିଲା ରେପୋ ରେଟ୍
1 min readନୂଆଦିଲ୍ଲୀ: ଲଗାତାର ୧୧ ଥର ଲାଗି ଅପରିବର୍ତ୍ତିତ ରହିଲା ରେପୋରେଟ । ୬.୫ ପ୍ରତିଶତ ରହିଲା ରେପୋରେଟ । ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି, ନିମ୍ନ ଅଭିବୃଦ୍ଧି ହାରକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ରିଜର୍ଭ ବ୍ଯାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ବ୍ଯାଙ୍କର ପ୍ରାଥମିକତା ହୋଇଥିବାରୁ ପୁଣି ଥରେ ରେପୋରେଟ ଅପରିବର୍ତ୍ତିତ ରଖାଯାଇଛି ବୋଲି କହିଛନ୍ତି ଗଭର୍ଣ୍ଣର । ତେବେ ରିଜର୍ଭ ବ୍ଯାଙ୍କର ଏହି ଘୋଷଣା ବଳରେ ଋଣ ସୁଧହାର ବି ଅପରିବର୍ତ୍ତି ରହିବ । ଗତ ଜୁଲାଇ-ସେପ୍ଟେମ୍ବର ତ୍ରୟମାସିକରେ ଧିମା ଅର୍ଥନୀତିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ରିଜର୍ଭ ବ୍ଯାଙ୍କର ଅର୍ଥନୈତିକ ନୀତି କମିଟି ବା ଏମପିସି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଷ୍ଟାଣ୍ଡିଂ ଡିପୋଜିଟ ଫାସିଲିଟି ବା ଏସଡିଏଫ ବି ରହିଛି ୬.୨୫ ପ୍ରତିଶତ । ସେହିପରି ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫ ରହିଛି ୬.୭୫ ପ୍ରତିଶତ ।