ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ଯାଙ୍କର ମୁଦ୍ରାନୀତିରେ ରେପୋ ରେଟ୍ ଅପରିବର୍ତ୍ତିତ। ରେପୋ ରେଟ୍ ୬.୫ ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ଯାଙ୍କ। ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ଶେଷ ଥର ଲାଗି ଗତବର୍ଷ ଫେବ୍ରୁଆରୀରେ ରେପୋ ରେଟକୁ ୬ ଦଶମିକ ୨୫ରୁ ୬ ଦଶମିକ ୫କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ଯାଙ୍କ। ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ଘୋଷଣା କରାଯାଇଛି। ଗତ ବର୍ଷ ଜୁଲାଇରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭ ଦଶମିକ ୪୪ ଥିବାବେଳେ ଚଳିତ ବର୍ଷ ଏହି ହାର ହ୍ରାସ ପାଇଛି। ତେବେ ଡିସେମ୍ବର ଏହି ହାର ରହିଥିଲା ୫ ଦଶମିକ ୬୯ ପ୍ରତିଶତ।
ଯଦିଓ ରିଜର୍ଭ ବ୍ଯାଙ୍କର କମ୍ଫୋର୍ଟ ଜୋନ ୪ରୁ ୬ ପ୍ରତିଶତ ବୋଲି ଧାର୍ଯ୍ୟ କରାଯାଇଛି, ତଥାପି ଗତବର୍ଷ ଠାରୁ ଏହି ହାର ଅଧିକ ରହିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାର ବସିଥିବା ମନିଟାରି ପଲିସି କମିଟି ବୈଠକରେ ଏହି ଘୋଷଣା କରାଯାଇଛି।