spot_img

Latest Posts

ଆପ୍‌ ମାଧ୍ୟମରେ ଋଣ ନେଉଛନ୍ତି କି? ତେବେ ଜାଣି ରଖନ୍ତୁ ଆରବିଆଇର ଏହି ନୂଆ ନିୟମ

ନୂଆଦିଲ୍ଲୀ: ମୋବାଇଲ୍ ଆପ୍ ମାଧ୍ୟମରେ ଋଣ ପ୍ରଦାନ କରୁଥିବା ଫିନ୍‌ଟେକ୍‌ କମ୍ପାନୀଗୁଡ଼ିକ ଉପରେ ନିୟମ କଡ଼ାକଡ଼ି କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆରବିଆଇ) । ସେମାନଙ୍କ ଉପରେ ଅନେକ ସର୍ତ୍ତ ଲଗାଇଛନ୍ତ ଆରବିଆଇ । ଡିଜିଟାଲ୍ ଋଣ ସେବାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଆରବିଆଇ ପକ୍ଷରୁ ଏଭଳି କରାଯାଇଛି | ଏହି ଋଣ ପ୍ରଦାନକାରୀ କମ୍ପାନୀଗୁଡ଼ିକ ବିରୋଧରେ କିଛି ଅଭିଯୋଗ ଆସିବା ପରେ ଏହି ନିର୍ଦ୍ଦେଶନାମା ଜାରିକରାଯାଇଛି |

ସୂଚନା ଯୋଗ୍ୟ ଯେ, ଏହି ଋଣ ପ୍ରଦାନକାରୀ ଡିଜିଟାଲ ଆପ୍‌ଗୁଡ଼ିକ ଅତ୍ୟଧିକ ସୁଦ୍ଧ ଆଦାୟ କରାଯାଉଥିବା ବେଳେ ଅତ୍ୟନ୍ତ କଠୋର ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଏହା ପରେ ଡିଜିଟାଲ୍‌ ପ୍ଳାଟଫର୍ମ ମାଧ୍ୟମରେ ଋଣ ପ୍ରଦାନ କରୁଥିବା ଏହି ଆପ୍‌ଗୁଡ଼ିକ ଦ୍ୱାରା କୌଣସି ହେରଫେର ହେଲେ ଏଥି ପାଇଁ ମଧ୍ୟ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗୁଡିକ (NBFCs) ଦାୟୀ ରହିବେ ବୋଲି ରିଜର୍ଭ ବ୍ୟାଙ୍କ କହିଛନ୍ତି । ଏଥିପାଇଁ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କ ଏବଂ ଏନବିଏଫସିମାନଙ୍କୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି ।

ଆରବିଆଇର ନୂତନ ନିର୍ଦ୍ଦେଶ :  ଆରବିଆଇ ଡିଜିଟାଲ ଆପ୍‌ଗୁଡ଼ିକୁ ନିଜ ୱେବସାଇଟରେ କହିବାକୁ କୁହାଯାଇଛି ଯେ, ସେମାନେ କୌଣସି ବ୍ୟାଙ୍କ କିମ୍ବା NBFC ତରଫରୁ ଋଣ ଦେଉନାହାଁନ୍ତି ।

ବ୍ୟାଙ୍କ, NBFC ଏବଂ ଏହିପରି ଡିଜିଟାଲ୍ ଋଣ ପ୍ରଦାନକାରୀ ଆପ୍‌ ସେମାନଙ୍କ ୱେବସାଇଟରେ ଏହି ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବାକୁ କୁହାଯାଇଛି |

ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡିକ (NBFCs) ୱେବସାଇଟରେ ସେମାନଙ୍କ ଏଜେଣ୍ଟମାନଙ୍କ ନାମ ପ୍ରକାଶ କରିବାକୁ କୁହାଯାଇଛି।

କାହିଁକି ଏହି କମ୍ପାନୀଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହାେଇପାରେନି

ଏହି ନିର୍ଦ୍ଦେଶନାମା ଜାରି କରି ଆରବିଆଇ ପକ୍ଷରୁ କୁହଯାଇଛି ଯେ, ଏହି ଡିଜିଟାଲ ଆପ୍‌ଗୁଡ଼ିକ କୌଣସି ବ୍ୟାଙ୍କ କିମ୍ୱା ଏନ୍‌ବିଏଫ୍‌ସିଗୁଡ଼ିକର ନାମ ନଦର୍ଶାଇ ସେମାନେ ନିଜକୁ ଋଣ ପ୍ରଦାନକାରୀ ଭାବେ ଦର୍ଶାଉଛନ୍ତି । ଏହା ଦ୍ୱାରା ଉପଲବ୍ଧ ସୁବିଧା ଅନୁଯାୟୀ ସେମାନଙ୍କ ବିରୋଧରେ କୌଣସି ଅଭିଯୋଗ କରିପାରନ୍ତି ନାହିଁ ।

Latest Posts

Don't Miss