spot_img

Latest Posts

ଆରବିଆଇର କଡ଼ା କାର୍ଯ୍ୟାନୁଷ୍ଠାନ, ୮ ବ୍ୟାଙ୍କ ଉପରେ ୧୨ ଲକ୍ଷରୁ ଅଧିକ ଜରିମାନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ବ୍ୟାଙ୍କର ନିୟମର ଅବମାନନା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଏଥିପାଇଁ ଆରବିଆଇ ଏକାସଙ୍ଗରେ ଅନେକ ବ୍ୟାଙ୍କ ଉପରେ ଜୋରିମାନା ଲଗାଇଛି। ରିପୋର୍ଟ ଅନୁଯାୟୀ, ଆର୍‌ବିଆଇ ୮ଟି ସମବାୟ ବ୍ୟାଙ୍କ ଉପରେ ମୋଟ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ନିୟାମକ ଅନୁପାଳନର ଅଭାବରୁ ଏହି ସମସ୍ତ ସମବାୟ ବ୍ୟାଙ୍କ ଉପରେ ଜରିମାନା ଲାଗୁ କରାଯାଇଛି। ଏଥିସହ ରିଜର୍ଭ ବ୍ୟାଙ୍କ ମଣିପୁର ମହିଳା ସହକାରୀ ବ୍ୟାଙ୍କ ଲିମିଟେଡ୍ (ମଣିପୁର), ୟୁନାଇଟେଡ୍ ଇଣ୍ଡିଆ ସହକାରୀ ବ୍ୟାଙ୍କ ଲିମିଟେଡ୍ (ୟୁପି), ଜିଲା ସହକାରୀ କେନ୍ଦ୍ରୀୟ ବ୍ୟାଙ୍କ (ନରସିଂହପୁର), ଅମ୍ରାବତୀ ମର୍ଚ୍ଚାଣ୍ଟ ସହକାରୀ ବ୍ୟାଙ୍କ ଲିମିଟେଡ୍(ନାସିକ୍‌) ଏବଂ ନବନିର୍ମାଣ ସହକାରୀ ବ୍ୟାଙ୍କ ଲିମିଟେଡ୍‌ (ଅହମ୍ମଦାବାଦ) ଉପରେ ଜରିମାନା ଲାଗୁ କରିଛନ୍ତି।

ଆରବିଆଇ ଏକ ବିବୃତ୍ତିରେ କହିଛି ଯେ, ଲକ୍ଷ୍ନୌ ଭିତ୍ତିକ ସମବାୟ ବ୍ୟାଙ୍କର କୌଣସି ଋଣ, ଅଗ୍ରୀମ କିମ୍ବା ନବୀକରଣ କରିବ ନାହିଁ ଏବଂ ଏହାର ଅନୁମୋଦନ ବିନା କୌଣସି ବିନିଯୋଗ କରିପାରିବ ନାହିଁ।

 

 

Latest Posts

Don't Miss