ପୂର୍ବରୁ ଥିବା ରେପୋ ରେଟ୍କୁ କାୟମ ରଖିଲା ଆରବିଆଇ
1 min read
ରେପୋ ରେଟ୍ରେ ହେଲାନି ପରିବର୍ତ୍ତନ । ପୂର୍ବରୁ ଥିବା ୫.୧୫ ପ୍ରତିଶତ ରେପୋ ରେଟ୍କୁ କାୟମ ରଖିଲା ଆରବିଆଇ । ଏହା ପୂର୍ବରୁ ମଧ୍ୟ ୫ ଡିସେମ୍ବରରେ ହୋଇଥିବା ବୈଠକରେ ବଦଳି ନ ଥିଲା ରେଟ୍ । ଦରଦାମ ବୃଦ୍ଧି ଓ ମୁଦ୍ରାସ୍ପିତିକୁ ଦୃଷ୍ଟିରେ ରଖି ନୀତିଗତ ନିଷ୍ପତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।
୨୦୧୯ରେ ରେପୋ ରେଟ ମୋଟ୍ ୧୩୫ଆଧାର ପଏଣ୍ଟ କଟାଯାଇଥିଲା । ସେପଟେ ଗତ ୯ବର୍ଷରେ ରେପୋ ରେଟ ସର୍ବନିମ୍ନ ସ୍ତରରେ ରହିଛି ।
ଏହାଛଡ଼ା ୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ୬% ରହିବ ବୋଲି ‘ଏମ୍ପିସି’ ଆକଳନ କରିଛି । କିନ୍ତୁ, ୨୦୨୦ ଅକ୍ଟୋବର-ଡିସେମ୍ବର ମାସରେ ଅଭିବୃଦ୍ଧି ହାର ୬. ୨% ହେବ ବୋଲି ‘ଏମ୍ପିସି’ ଦର୍ଶାଇଛି।