RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମେଡିକାଲରେ ଭର୍ତ୍ତି
1 min read
ନୂଆଦିଲ୍ଲୀ : RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମେଡିକାଲରେ ଭର୍ତ୍ତି । ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ତାଙ୍କୁ ଚେନ୍ନାଇର ଆପୋଲୋ ହସପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା RBI ପକ୍ଷରୁ କୁହାଯାଇଛି । ଆଉ ଦୁଇ ତିନି ଘଣ୍ଟା ପରେ ସେ ଡିସଚାର୍ଜ ହୋଇପାରନ୍ତି । ଆର୍ବିଆଇର ମୁଖପାତ୍ର ତାଙ୍କ ସ୍ବାସ୍ଥ୍ୟ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ”ଚିନ୍ତା କରିବାର କୌଣସି କାରଣ ନାହିଁ। ସେ ଏବେ ଭଲ ଅଛନ୍ତି ଓ ଖୁବ୍ ଶୀଘ୍ର ଡିସ୍ଚାର୍ଜ ହେବେ।”