ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ପୁଣି ଥରେ ବିଶ୍ବରେ ଚମକିଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ  । ଦ୍ବିତୀୟ ଥର ପାଇଁ ଟପ ସେଣ୍ଟ୍ରାଲ ବ୍ୟାଙ୍କର ଚୟନ ହୋଇଛନ୍ତି ଶକ୍ତିକାନ୍ତ ଦାସ  । ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ ତାଙ୍କୁ ଏ ପ୍ଲସ ରେଟିଂ ମିଳିଛି  । ମହଙ୍ଗା ନିୟନ୍ତ୍ରଣ, ଇକୋନମିକ ଗ୍ରୋଥ, କରେନ୍ସୀର ସ୍ଥାୟିତ୍ବ ଓ ସୁଧ ହାର ନିୟନ୍ତ୍ରଣ ପାଇଁ ଶକ୍ତିକାନ୍ତ ଦାସଙ୍କୁ ଏହି ସମ୍ମାନ ମିଳିଛି  ।

ବିଶ୍ବ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ଗତ ୧୯୯୪ରୁ ପ୍ରକାଶିତ ହୋଇ ଆସୁଛି  । ଏଥିରେ ଦୁନିଆର ୧୦୧ ଜଣ ସେଣ୍ଟ୍ରାଲ ବ୍ୟାଙ୍କରଙ୍କ କାର୍ଯ୍ୟକାଳର ପ୍ରଦର୍ଶନ କରାଯାଇଥାଏ  । ଗତ ବର୍ଷ ବି ଶକ୍ତିକାନ୍ତଙ୍କୁ ଏ ପ୍ଲସ ରେଟିଂ ମିଳିଥିଲା  । ଏହି ରିପୋର୍ଟ କାର୍ଡରେ ଗ୍ରେଡ ଏ ରୁ ଗ୍ରେଡ ଏଫ ପର୍ଯ୍ୟନ୍ତ ରାଙ୍କ୍‌ ରହିଥାଏ  । ଏକ ବର୍ଷ ମଧ୍ୟରେ କେଉଁ ସେଣ୍ଟ୍ରାଲ ବ୍ୟାଙ୍କର କଣ ପ୍ରଦର୍ଶନ ରହିଛି ତାହା  ଗ୍ଲୋବାଲ ଫାଇନାନ୍ସ ମାଗାଜିନ ପ୍ରକାଶ କରିଥାଏ  ।

ଶକ୍ତିକାନ୍ତ ଦାସ ଆରବିଆଇର ୨୫ତମ ଗଭର୍ଣ୍ଣର ଅଟନ୍ତି  । ୧୯୮୦ ବ୍ୟାଚର ସେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅଟନ୍ତି  । ଶକ୍ତିକାନ୍ତଙ୍କ ନେତୃତ୍ବରେ ଆରବିଆଇ ଦେଢ ବର୍ଷ ଧରି ସୁଧ ଦର ସ୍ଥିର ରହିଛି  । ଏହା ସହ ମହଙ୍ଗା ନିୟନ୍ତ୍ରଣ କରିଛନ୍ତି ଆରବିଆଇ  । ସେହିପରି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଦେଶ ୮ ପ୍ରତିଶତରୁ ଅଧିକ ଆର୍ଥିକ ବୃଦ୍ଧି ଦର ବି ହାସଲ କରିଛି  ।