spot_img

Latest Posts

କରୋନା ଯୁଦ୍ଧରେ ହାତ ବଢ଼ାଇଲା RBI, ସ୍ୱାସ୍ଥ୍ୟ ସେବା ପାଇଁ ଦେଲା ୫୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। କରୋନା ଦ୍ୱିତୀୟ ପ୍ରବାହରେ ଦେଶର ଅର୍ଥନୀତି କେମିତି ପ୍ରଭାବିତ ହୋଇଛି ତାକୁ ନେଇ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ପ୍ରବାହ ଅର୍ଥନୀତିକୁ ବହୁ ପରିମାଣରେ ପ୍ରଭାବିତ କରିଛି।

ଏହା ଉପରେ ଆରବିଆଇ ସବୁ ସମୟରେ ନଜର ରଖିଛି । ତେବେ ଦ୍ୱିତୀୟ ପ୍ରବାହ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ କରୋନା ପ୍ରବାହ ପରେ ଦେଶରେ ଅର୍ଥନୀତିରେ ଧିରେ ଧିରେ ସୁଧାର ଆସିଥିଲା । କିନ୍ତୁ ଏବେ ଦ୍ୱିତୀୟ ପ୍ରବାହ ପୁଣି ଥରେ ସଙ୍କଟ ସୃଷ୍ଟି କରିଛି।

ଏବେ କେନ୍ଦ୍ର ସରକାର ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ଅର୍ଥବ୍ୟବସ୍ଥାରେ ପୁନରୁଦ୍ଧାରର ଲକ୍ଷଣ ଦେଖିବାକୁ ମଳୁଛି। ଯଦି ଭାରତକୁ ଦେଖିବା ତେବେ ଭାରତୀୟ ଅର୍ଥନୀତି ମଧ୍ୟ ଚାପରୁ ମୁକୁଳୁଥିବା ଜଣାପଡ଼ିଛି।

ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆରବିଆଇ ୫୦ ହଜାର କୋଟି ଟଙ୍କା ଦେଇଛି। ଏହା ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଟିକା ନିର୍ମାତା, ଟିକା ପରିବହନ, ରପ୍ତାନିକାରୀମାନଙ୍କୁ ସହଜ କିସ୍ତିରେ ଲୋନ ପ୍ରଦାନ କରିବେ। ଏହା ବ୍ୟତୀତ ଡାକ୍ତରଖାନା, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଧ୍ୟ ଏହି ସୁବିଧା ପାଇବେ। ପ୍ରାଥମିକ କ୍ଷେତ୍ର ପାଇଁ ଶୀଘ୍ର ଲୋନ ଏବଂ ପ୍ରୋତ୍ସାହନ ଦିଆଯିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

 

Latest Posts

Don't Miss