HDFC ଡିଜିଟାଲ ସେବା ଉପରେ ରୋକ୍ ଲଗାଇଲା RBI…

ନୂଆଦିଲ୍ଲୀ: ଭାରତର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଘରୋଇ ବ୍ୟାଙ୍କ ଏଜଡିଏଫସି ଉପରେ କଟକଣା ଲଗାଇଛି  । ବିଶେଷ ଭାବେ ବ୍ୟାଙ୍କର ଡିଜିଟାଲ ସେବା ଉପରେ ଏହି କଟକଣା ଲଗାଇ ଦିଆଯାଇଛି । ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ ଓ ପେମେଣ୍ଟ ୟୁଟିଲିଟି ସର୍ଭିସ ଭଳି ସେବାକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । ସେହିଭଳି ଏଜଡିଏଫସି ବ୍ୟାଙ୍କ ଅସ୍ଥାୟୀ ଭାବେ ନିଜର କ୍ରେଡିଟ୍ କାର୍ଡ ସେବାକୁ ବନ୍ଦ କରିଛି ।

ଗତ ଦୁଇ ବର୍ଷ ମଧ୍ୟରେ ଦେଶରେ ଏଚଡିଏଫସି ବ୍ୟାଙ୍କର ଅନଲାଇନ ସେବାରେ ସମସ୍ୟା ଦେଖାଦେଉଛି । ଏଥିପାଇଁ ବାଧ୍ୟ ହୋଇ ଆରବିଆଇ ଏହି ସେବାକୁ ସାମୟିକ ଭାବେ ବନ୍ଦ କରି ସମସ୍ୟାର ସ୍ଥାୟୀ ସମାଧାନ କରିବା ପାଇଁ ଚେଷ୍ଟା କରିଛି । ଇମ୍ଟରନେଟ୍ ସେବା ଦ୍ୱାରା ବ୍ୟାଙ୍କରେ ହେଉଥିବା କାରବାରରେ ଅସ୍ୱାଭାବିକତା ପରିଲିକ୍ଷିତ ହେଉଛି । ଏପରିକି ଆରବିଆଇର କହିବା କଥା ଯେ ଅନଲାଇନ୍ ବ୍ୟାପାରରେ କିଛି ସମସ୍ୟା ମଧ୍ୟ ରହିଛି । ପ୍ରାଇମେରୀ ଡାଟା ସେଣ୍ଟରରେ ପାୱାର ଫେଲ୍ ହେବା ହେତୁ ଏହି ଗଡବଡ ହୋଇଥିବା ଆରବିଆଇ ପକ୍ଷରୁ କୁହାଯାଉଛି ।

ଏଭଳି ସମସ୍ୟା ସାମ୍ନାକୁ ଆସିବା ପରେ ଆରବିଆଇ ପୁଣି ଥରେ ନୂଆ ଓ ବିକଶିତ ଅନଲାଇନ୍ ବ୍ୟବସ୍ଥା ଲାଗୁ କରିବା ପାଇଁ ଏଚଡିଏଫସିକୁ ନିର୍ଦ୍ଦେଶ ଦେଇଛନ୍ତି । ଆରବିଆଇ ପରାମର୍ଶ କ୍ରମେ ଏଚଡିଏଫସି ବ୍ୟାଙ୍କ ମଧ୍ୟ ଡିଜିଟାଲ ୨.୦ ପାଇଁ ପ୍ରସ୍ତୁତି ଚଳାଇଛି ।

Leave a Reply