spot_img

Latest Posts

ରାୟଗଡ଼ା ଜିଲ୍ଲା ଗୁଡ଼ାରି ପ୍ରବେଶ ପଥରେ ଦବିଲା ଯାତ୍ରୀବାହୀ ବସ୍

ନନ୍ଦିଘୋଷ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ଗୁଡ଼ାରି ପ୍ରବେଶ ପଥରେ ଦବିଲା ଯାତ୍ରୀବାହୀ ବସ୍ । କାଦୁଅ ଓ ଡ୍ରେନ ପାଣିରେ ନାକେଦମ୍ ହେଲେ ଯାତ୍ରୀ । ସାମାନ୍ୟ ବର୍ଷା ହେଲେ ବଂଶଧାରା ସେତୁରୁ ଗୁଡାରିକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡୁଛି । ରାସ୍ତାର ଶୋଚନୀୟ ଅବସ୍ଥା ପାଇଁ ଆଜି ଗୁଡ଼ାରି ପ୍ରବେଶ ପଥରେ ଦବିଯାଇଥିଲା ଯାତ୍ରୀବାହୀ ବସ୍ । ଗାଡିକୁ ଜେସିବି ସାହାର୍ଯ୍ୟରେ ବାହାରକୁ କଢାଯାଇଛି ।

ହେଲେ ଗାଡ଼ିଟି ଆଗକୁ ଯାଇ ନପାରି ବାଇନାଗୁଡ଼ା ନିକଟରେ ରହିଛି । ଯାତ୍ରୀ ମାନେ ହାତରେ ଚପଲ ଧରିକି ରାସ୍ତା ପାର ହେଉଛନ୍ତି । ପ୍ରାୟ ଏକ କିଲୋମିଟର ରାସ୍ତାର ଏଭଳି ଅବସ୍ଥା ନେଇ ସ୍ଥାନୀୟ ଲୋକେ ବହୁବାର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ତୁରନ୍ତ ରାସ୍ତା ମରାମତି ସହ ଡ୍ରେନେଜ୍‌ ସମସ୍ୟାର ସମାଧାନ ପାଇଁ ଲୋକେ ଦାବି କରିଛନ୍ତି।

Latest Posts

Don't Miss