spot_img

Latest Posts

ପିଲା ଚୋର ସନ୍ଦେହରେ ୨ ଜଣଙ୍କୁ ମରଣାନ୍ତର ଆକ୍ରମଣ ଘଟଣା : ଏଯାଏଁ ଗିରଫ ହୋଇନି ଅଭିଯୁକ୍ତ

ରାୟଗଡା : ପିଲା ଚୋର ସନ୍ଦେହରେ ସ୍କୁଟିରେ ଯାଉଥିବା ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଅଞ୍ଚଳରେ ଭିଡ ହିଂସାର ଶିକାର ହୋଇଥିବା ପୀଡିତା ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣାପଡିଛି । ଏପଟେ ଘଟଣାର ଦୀର୍ଘ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପୁଲିସ କାହାରିକୁ ଗିରଫ କରିନାହିଁ । ଏହି ମାମଲାରେ ପୁଲିସ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରିଥିବା ବେଳେ ଭିଡିଓ ଫୁଟେଜ୍ କୁ ଆଧାର କରି ଗିରଫ୍ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଗତ ମଙ୍ଗଳବାର ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ଅଞ୍ଚଳରେ ବାହାର ରାଜ୍ୟର କାମ କରୁଥିବା ଦୁଇ ଜଣ ସାମାଜିକ କର୍ମୀ ପିଲା ଚୋର ସନ୍ଦେହରେ ଭିଡ ହିଂସାର ଶିକାର ହୋଇଥିଲେ । ଜଣେ ଯୁବତୀଙ୍କୁ ଉତ୍ୟକ୍ତ ଲୋକେ ବିବସ୍ତ୍ର କରି ମାଡ ମାରିବା ସହ ଲହୁଲୁହାଣ କରିଥିଲେ । ଡାକ୍ତରଖାନାରେ ମଧ୍ୟ ଲୋକେ ହିଂସା ଭିଆଇ ଭଙ୍ଗାରୁଜା କରିଥିଲେ । ତେବେ ପାର୍ସାଲି ପଞ୍ଚାୟତ ଭାଲିରୀ ଗାଁ ବଳରାମ ବାଗ୍ ନାମକ ଯୁବକ ପୀଡ଼ିତାଙ୍କୁ ସାହାରା ଦେବା ସହ ନିଜ ପୋଷାକ ଘୋଡାଇ ପୁଲିସ ସହାୟତାରେ ମେଡିକାଲକୁ ନେଇଥିଲେ ।

Latest Posts

Don't Miss