ରାୟଗଡ଼ା ଜିଲ୍ଲାରେ ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା

ରାୟଗଡ଼ା: ପୁଣି ମହାରାଷ୍ଟ୍ର ମହାବଳର ବାଛୁରି ଶିକାର । ଘଟଣାଟି ଘଟିଛି ରାୟଗଡା ଜିଲ୍ଲା ଗୁଡାରି ବନାଞ୍ଚଳ ତେମ୍ବାଗୁଡା ଅଞ୍ଚଳରେ । ମହାବଳ ବାଘଟି ତେମ୍ବାଗୁଡା ରାଜେଶ ରାଓଙ୍କ ଗୁହାଳୁରୁ ବାଛୁରିକୁ ଟାଣି ନେଇ ବାଛୁରୀକୁ ମାରିଦେଇଛି । ଘଟଣାସ୍ଥଳରୁ ବାଛୁରିର କିଛି ଗୋଡ଼ଅଂଶ ସହ ରକ୍ତଛିଟା ଓ ମହାବଳ ବାଘର ପାଦଚିହ୍ନ ଠାବ କରିଛି ଗୁଡ଼ାରି ବନ ବିଭାଗ। ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସରକାରୀ ନିୟମ ଅନୁଯାୟୀ ବାଛୁରୀ ମାଲିକଙ୍କୁ କ୍ଷତିପୂରଣ ଦିଆଯିବା ବୋଲି ରେଞ୍ଜର ଦିଲ୍ଲୀପ ପଟ୍ଟନାୟକ ସୂଚନା ଦେଇଛନ୍ତି । ବର୍ତ୍ତମାନ ବାଘର ଗତିବିଧି ଉପରେ ନଜର ରଖିଛି ବନ ବିଭାଗ । ଏଥି ସହିତ ପାଖ ଗାଁ ଗୁଡିକରେ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି ।