ଲଗାଣ ବର୍ଷାରୁ ଭୁସ୍ଖଳନ , ରେଳ ଚଳାଚଳ ବାଧାପ୍ରାପ୍ତ

ରାୟଗଡା : ରାୟଗଡ଼ା ଜିଲ୍ଲା କେଉଟଗୁଡା ରେଳଷ୍ଟେସନ ନିକଟରେ ଭୁସ୍ଖଳନ । ଲଗାଣ ବର୍ଷାରୁ ଭୁସ୍ଖଳନ ଘଟି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କେଉଟଗୁଡା ରେଳଷ୍ଟେସନ ଠାରୁ ପ୍ରାୟ ୨ଶହ ମିଟର ଦୂରରେ ପାହାଡରୁ ପଥର ଓ ମାଟି ଅତଡା ଖସି ରେଳ ଧାରଣା ଉପରେ ପଡ଼ିଥିଲା । ଏହାସହ କିଛି ବିରାଟକାୟ ଗଛ ମଧ୍ୟ ଉପୁଡି ପଡ଼ିଥିଲା । କେଉଟଗୁଡା ରେଳଷ୍ଟେସନ କର୍ତ୍ତୃପକ୍ଷ ରାୟଗଡ଼ା ରେଳବାଇ କର୍ତ୍ତୃପକ୍ଷ ଏନେଇ ଜଣାଇଥିଲେ । ରେଳ କର୍ମଚାରୀ ଓ ଶ୍ରମିକ ପହଞ୍ଚି ରେଳ ଧାରଣା ସଫା କାମରେ ନିୟୋଜିତ ଅଛନ୍ତି । ଅନ୍ଧାର ଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି । ଗଛ ପଡ଼ି ବିଦ୍ୟୁତ ତାର ଛିଣ୍ଡି ଯାଇଛି ।

 

ରେଳ ଧାରଣା ଉପରେ ପଡ଼ିଥିବା ପଥର ଓ ମାଟି ଅତଡା ସଫା କରାଯିବା ପରେ ଯାଞ୍ଚ କରାଯିବ । ଏହାପରେ ରେଳ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ରେଳ ବିଭାଗ ସୂଚନା ଦେଇଛି । ଫଳରେ ବିଶାଖାପାଟଣା – କୋରାପୁଟ ଇଣ୍ଟରସିଟି ଏକ୍ସପ୍ରେସ କେଉଟଗୁଡା ଷ୍ଟେସନରେ ଅଟକି ରହିଛି ।