spot_img

Latest Posts

ଗୁଣିଆ ସନ୍ଦେହରେ ହତ୍ୟା: ରାୟଗଡ଼ାରେ ୨ଜଣଙ୍କୁ ଟାଙ୍ଗିଆରେ ହାଣିଲା ଯୁବକ

ରାୟଗଡ଼ା: ଅନ୍ଧବିଶ୍ୱାସ କେନ୍ଦ୍ରକରି ଶତ୍ରୁତା । ଆଉ ଏଭଳି ଏକ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଡବଲ ମର୍ଡର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡ଼କସପାଡ଼ୁ ଗାଁରେ । ଗୁଣିଆ କରୁଥିବା ଆଶଙ୍କା କରି ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗାଁର  ଯଦୁମଣି ମାଣ୍ଡାଙ୍ଗି ଓ ପୋଲି ତାଡିଙ୍ଗିକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛି । ଗ୍ରାମ ନିକଟ ଏକ କୁଡ଼ିଆଠାରେ ଯଦୁମଣିକୁ ହତ୍ୟା କରାଯାଇଥିବା ବେଳେ ସେହି ଗାଁ ମୁଣ୍ଡରେ ପୋଲିକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି ।

ତେବେ ମୃତକ ୨ଜଣ ଗୁଣିଆ କରି ତା’ ପରିବାର ଲୋକଙ୍କୁ ମାରିଥିବାରୁ ସେ ସେମାନଙ୍କୁ ମାରିଥିବା ହତ୍ୟା ଅଭିଯୁକ୍ତ  ପ୍ରେମାନନ୍ଦ କହିଛି । ସୂଚନା ଯୋଗ୍ୟ,  ଗତ କିଛିଦିନ ତଳେ ଗାଁରେ ଏକ ବୈଠକ ବସିଥିଲା । ଯେଉଁଥିରେ ପ୍ରେମାନ୍ଦର ପରିବାରର ମୃତକଙ୍କୁ ଗୁଣିଆ  କରି ମରାଯାଇଥିବା ମତ ପ୍ରକାଶ ପାଇଥିଲା ।

ଏବଂ ସେମାନଙ୍କୁ ୩ ହଜାର ଟଙ୍କା ଜରିମାନା ମଗାଯାଇଥିଲା । କିନ୍ତୁ ସେମାନେ ଜରିମାନା ଦେଇ ନଥିଲେ। ଫଳରେ ପ୍ରେମାନନ୍ଦ ଅଧିକ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା । ଏବଂ ସୋମବାର ସେହି  ୨ ଜଣଙ୍କୁ ହତ୍ୟା କରିଛି। ତେବେ ଏନେଇ ପରିବାର ଲୋକେ ଶେଷଖାଲ ଥାନାରେ ଖବର ଦେବା ପରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦ ତାଡିଙ୍ଗି କୁ ଅଟକ ରଖିଛି। ଦୁଇ ମୃତକଙ୍କ ଶବ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟବଛେଦ ପାଇଁ ଅଣାଯାଇଛି। ଅନ୍ୟପଟେ ଏହି ଘଟଣାରେ ପୁଲିସ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନି।

Latest Posts

Don't Miss