ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ବିଭତ୍ସ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତ ସାରିଗାଡା ଗାଁରେ ବିଭତ୍ସ ହତ୍ୟା । ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ସରପଞ୍ଚ ଜନିତ ଗମାଙ୍ଗଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଓ ଶ୍ବଶୁର ସୁମ ଗମାଙ୍ଗ । ସରପଞ୍ଚଙ୍କ ପରିବାର ଘର ଭିତରେ ଥିବା ବେଳେ  କିଛି ଲୋକ ଘରେ ପଶି ବିଭିନ୍ନ ମାରଣାଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ସରପଞ୍ଚଙ୍କ ସ୍ବାମୀ ଓ ଶ୍ବଶୁରଙ୍କ ମୃତ୍ୟୁ ହୋଇଛି । ଘର ଦାଣ୍ଡରେ ପଡିଛି ବାପା ଓ ପୁଅଙ୍କ ଶବ ।  ଆକ୍ରମଣ ବେଳେ ସରପଞ୍ଚ ଜନିତ ଗମାଙ୍ଗ ଜୀବନ ବିକଳରେ ଦୈାଡି ପଳାଇଥିଲେ । ଫଳରେ ସେ ରକ୍ଷା ପାଇଯାଇଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପଦ୍ମପୁର ପୋଲିସ୍ ପହଞ୍ଚି ତଦନ୍ତ କରୁଛି । ସାଇଣ୍ଟିଫିକ୍ ଟିମର ସହାୟତା ଲୋଡିଛି ପୋଲିସ୍ । ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ରାୟଗଡା , ପଦ୍ମପୁର, ଗୁଣୁପୁର ପୋଲିସ୍ ପହଞ୍ଚିଛି ।