spot_img

Latest Posts

୨୦ ହଜାର ଟଙ୍କାରେ ଝିଅକୁ ବିକି ଦେଲା ମାଆ

ନନ୍ଦିଘୋଷ ବ୍ୟୁରୋ: ଦାରିଦ୍ର୍ୟ ଯୋଗୁ ନବଜାତ ଶିଶୁ କନ୍ୟାକୁ ମା ବିକ୍ରୀ କରିଥିବା ଅଭିଯୋଗ। ୨୦ ହଜାର ଟଙ୍କାରେ ମାଆ ବିକିଥିବା ଅଭିଯୋଗ ହୋଇଛି। ଜେକେପୁର ଚାନ୍ଦିଲି ଥାନା ଅନ୍ତର୍ଗତ ନୂଆପଡା ସାହିରେ ଘଟିଛି ଘଟଣା । ନୂଆପଡା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି CWC । ଗତ ୩ ତାରିଖରେ ଜନ୍ମ ହୋଇଥିବା ଶିଶୁ କନ୍ୟାକୁ ୧୧ ତାରିଖରେ ବିକ୍ରୀ କରିଥିଲା ମା। ବିକ୍ରୀ ହୋଇଥିବା ଶିଶୁ କନ୍ୟା ବର୍ତ୍ତମାନ ଆନ୍ଧ୍ରରେ ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ମାଆ କୁମୁଦ ଗାଂଟା ଓ ବାପା ରାହୁଲ ଧାନବେଡ଼ ଜେକେପୁର ସ୍ଥିତ ଚାନ୍ଦିଲି ଥାନା  ନୂଆପଡା ସାହିରେ ରୁହନ୍ତି । ତାଙ୍କର ପୂର୍ବରୁ ୩ ବର୍ଷର ଏକ ଶିଶୁ କନ୍ୟା ରହିଛି। ବାପା ରାହୁଲ ଧାନବେଡ଼ ଦିନ ମଜୁରିଆ ଭାବେ କାମ କରନ୍ତି। ତାଙ୍କର ରାସନ କାର୍ଡ ନଥିବାରୁ ସେ ପିଡିଏସ ଚାଉଳ ପାଉ ନଥିବା ସୂଚନା ମିଳିଛି।  ଘର ନଥିବାରୁ ଭାଇର ଘରେ ଆଶ୍ରୟ ନେଇଥାନ୍ତି। ମାଙ୍କ କହିବା ଅନୁଯାୟୀ ପିଲା ଜନ୍ମ ହେବାପରେ କତାପେଟାର ଏକ ବୁଲା ବିକାଳି ପିଲାଟିକୁ ମାଗିଥିଲା। ସେ ୨୦ ହଜାର ଟଙ୍କା ଦେବା ପରେ ପିଲାଟିକୁ ମା ବିକ୍ରୀ କରିଦେଇଥିଲା।  ଏହି ଘଟଣା ପାଇବା ପରେ ନୂଆପଡା ସାହିରେ ପହଞ୍ଚି CWC ଏବଂ DCPU ଏକ ଟିମ ତଦନ୍ତ ଆରମ୍ଭ କରିଥିବା ବେଳେ ଆସନ୍ତା କାଲି ବିକ୍ରି ହୋଇଥିବା ଶିଶୁ କନ୍ୟାକୁ ଆଣି CWC ନିକଟରେ ହସ୍ତାନ୍ତର କରିବା ପାଇଁ କୁହାଯାଇଛି। ଏଭଳି ଘଟଣାକୁ ନିନ୍ଦା କରିଛନ୍ତି ରାୟଗଡା DCC ରାଜ୍ୟ ସମ୍ପାଦକ  ଦୁର୍ଗା ପଣ୍ଡା।

Latest Posts

Don't Miss