spot_img

Latest Posts

ଦିଲ୍ଲୀରେ ଓଡିଆ RAW ଅଧିକାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡିଆ RAW ଅଧିକାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ୧୦ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା । ଦକ୍ଷିଣ ଦିଲ୍ଲୀର ଲୋଧି ରୋଡ ସ୍ଥିତ ଭାରତୀୟ ଆନ୍ତର୍ଜାତିକ ଗୁପ୍ତଚର ସଂସ୍ଥା RAW ଅଫିସର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଓଡ଼ିଆ ଅଧିକାରୀଙ୍କ ନାମ ଅନିକେତ କୁମାର ଏବଂ ତାଙ୍କ ଘର କଟକରେ ବୋଲି ଜଣାପଡିଛି।

ଅଫିସ ଆସିବାର କିଛି ସମୟ ପରେ ହିଁ ସେ ସେଠାରେ ଯାଇ ଡେଇଁ ପଡ଼ିଥିଲେ। ଲୋଧିରୋଡ ପୋଲିସ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମାନସିକ ଚାପ ଯୋଗୁଁ ଅନିକେତ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ଯାଞ୍ଚରୁ ଜଣା ପଡ଼ିଛି। ଆଜି ତାଙ୍କ ଶବ ବ୍ୟବଚ୍ଛେଦ କରାଯିବ। ।

Latest Posts

Don't Miss