ନନ୍ଦିଘୋଷ ବ୍ୟୁରୋ: ତେଲୁଗୁ ସୁପରଷ୍ଟାର ରବି ତେଜା ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ମାସ୍ ଯାତ୍ରା’ ‘କୁ ନେଇ ଚର୍ଚ୍ଚାରେ। ମେ’ ମାସରେ ତାଙ୍କ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ଟିଜର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିବା ବେଳେ ଏହାର ଗୀତକୁ ନେଇ ବେଶ୍ ଚର୍ଚ୍ଚା ହେଉଛି।
ନିର୍ମାତାମାନେ ଏବେ ‘ମାସ୍ ଯାତ୍ରା’ର ପ୍ରଥମ ଗୀତ ‘ତୁ ମେରା ଲଭର’ ରିଲିଜ୍ କରିଛନ୍ତି। ଏହି ଗୀତରେ ରବି ତେଜା ଅଭିନେତ୍ରୀ ଶ୍ରୀଲୀଲାଙ୍କ ସହ ନଜର ଆସିଛନ୍ତି। ତେବେ ଏହି ଗୀତଟି ତେଲୁଗୁ ଇଣ୍ଡଷ୍ଟ୍ରିର ପ୍ରଥମ ଗୀତ ଯେଉଁଥିରେ AI -ଜେନେରେଟେଡ୍ ଭଏସ୍ ବ୍ୟବହାର କରାଯାଇଛି । ଏହି ଫିଲ୍ମରେ ସ୍ୱର୍ଗତ ଚକ୍ରୀଙ୍କ ସ୍ୱରରେ ଏହି ଗୀତଟି ପ୍ରସ୍ତୁତ ହୋଇଛି । ଯାହା ଲୋକଙ୍କୁ ବେସ୍ ପସନ୍ଦ ଆସିଛି ।
୨୦୦୦ ଦଶକରେ ଯେତେବେଳେ ରବି ତେଜା ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ । ସେତେବେଳେ ମ୍ୟୁଜିକ୍ କମ୍ପୋଜର୍ ଏବଂ ସିଙ୍ଗର ଚକ୍ରୀଙ୍କ ସ୍ୱର ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା। ଚକ୍ରୀ ରବିଙ୍କ ପାଇଁ ଅନେକ ଚଳଚ୍ଚିତ୍ରରେ ପ୍ଲେ-ବ୍ୟାକ୍ କରିଛନ୍ତି । ସେସବୁ ଫିଲ୍ମର ଗୀତଗୁଡକ ହିଟ୍ ମଧ୍ୟ ହୋଇଛି । ଚକ୍ରୀଙ୍କ ଗୀତ ସହ ରବି ଅଧିକ ଲୋକପ୍ରିୟତା ହାସଲ କରିଥିଲେ ।
ଗିଲା ଚକ୍ରଧର ଓରଫ ଚକ୍ରୀ ୨୦୦୦ ମସିହାରେ ଜଣେ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ଦେଢ଼ ଦଶନ୍ଧି ପାଇଁ ସେ ତେଲୁଗୁ ଇଣ୍ଡଷ୍ଟ୍ରୀର ସବୁଠାରୁ ବ୍ୟସ୍ତ ସଂଗୀତକାରଙ୍କ ମଧ୍ୟରୁ ଜଣେ ଥିଲେ। କିନ୍ତୁ ୧୫ ଡିସେମ୍ବର ୨୦୧୪ରେ, ଚକ୍ରିଙ୍କ ହୃଦଘାତରେ ଦେହାନ୍ତ ହୋଇଥିଲା । ଚକ୍ରୀଙ୍କ ମୃତ୍ୟୁ ତେଲୁଗୁ ଇଣ୍ଡଷ୍ଟ୍ରୀ ପାଇଁ ଏକ ଝଟକା ଥିଲା।

