spot_img

Latest Posts

ନିର୍ଭୟାଙ୍କ ଦୋଷୀ ବିରୋଧରେ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କଲେ ଅଭିନେତ୍ରୀ ରବିନା ଟଣ୍ଡନ୍…

ଆସନ୍ତା ୨୦ ତାରିଖ ଅପରାହ୍ନ ୫:୩୦ ସମୟରେ ନିର୍ଭାୟା ହତ୍ୟା ମାମଲାରେ ଦୋଷୀମାନଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀ କୋର୍ଟ ଆଦେଶ ଦେଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ନିକଟରେ ରବିନା ଟଣ୍ଡନ୍ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ରଭିନା ଟଣ୍ଡନ୍ ଲେଖିଛନ୍ତି ଯେ, ନ୍ୟାୟ ବିଳମ୍ବ କରିବା ପାଇଁ ଏହା ଏକ ଭଲ ରଣନୀତି । ଅକ୍ଷୟଙ୍କ ପତ୍ନୀ ଛାଡପତ୍ର ଆବେଦନ କରିବା ପରେ ରବିନା ଏଭଳି ଟ୍ୱିଟ୍ କରି ଲେଖିଛନ୍ତି ।

ଦୋଷୀମାନଙ୍କ ମଧ୍ୟରେ ଅକ୍ଷୟ ଠାକୁରଙ୍କ ପତ୍ନୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସେ କହିଛନ୍ତି ଯେ, ସେ ଅକ୍ଷୟଙ୍କ ବିଧବା ଭାବରେ ବଞ୍ଚିବାକୁ ଚାହାଁନ୍ତି ନାହିଁ, ତେଣୁ ତାଙ୍କୁ ଛାଡପତ୍ର ଦିଆଯିବା ଉଚିତ୍। ଏହି ମାମଲା ଆଣିଲେ ଫାଶୀ ଦେବାରେ ବିଳମ୍ବ ହୋଇପାରେ ବୋଲି ଅକ୍ଷୟଙ୍କ ପତ୍ନୀ ଏହି ଆବେଦନ କରିଛନ୍ତି । କାରଣ ତାଙ୍କ ବିଶ୍ୱାସ ଯେ ଏହି ମାମଲାରେ ସ୍ୱାମୀ ଅକ୍ଷୟ ନିର୍ଦ୍ଦୋଷ। ପୂର୍ବରୁ ମଧ୍ୟ ଫାଶୀରୁ ବର୍ତ୍ତିବା ପାଇଁ ଅକ୍ଷୟ ସବୁ ପ୍ରକାରର ଚେଷ୍ଟା କରିଥିଲେ ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତଙ୍କ ବିରୋଧରେ ଏଯାଏଁ ୪ଟି ମୃତ୍ୟୁ ୱାରେଣ୍ଟ ଜାରି କରାଯାଇଛି। କିନ୍ତୁ ଦୋଷୀମାନେ ସେମାନଙ୍କର ଆଇନଗତ ଅଧିକାରକୁ ତିନିଥର ଉପଯୋଗ କରି ଫାଶି ଏଡାଇବାରେ ସଫଳ ହୋଇଥିଲେ। ‘ନିର୍ଭୟା’ ଦୋଷୀଙ୍କୁ ମାର୍ଚ୍ଚ ୨୦ରେ ଫାଶୀ ଦିଆଯିବ ନା ନାହିଁ । ଏହାକୁ ନେଇ ପୁଣି ସନ୍ଦେହ ଦେଖାଦେଇଛି । ଗତ କାଲି ଜହ୍ଲାଦ ପବନ ସକାଳେ ଡମି ଫାଶୀ ପ୍ରସ୍ତୁତ କରି ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି ।

 

Latest Posts

Don't Miss