ରକ୍ତର ହୋଲି ଖେଳୁଥିଲା, ରବିନାଙ୍କୁ ପଠାଉଥିଲା ଅଶ୍ଳୀଳ ଫଟୋ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ରବିନା ଟଣ୍ଡନ ଜଣେ । ଏହି ବଲିଉଡ ସୁନ୍ଦରୀ ଦର୍ଶକଙ୍କ ହୃଦୟରେ ଦିନେ ରାଜ୍‌ କରୁଥିଲେ । ଏକାଧିକ ହିଟ୍‌ ଫିଲ୍ମ ଦେଇଛନ୍ତି ରବିନା । ନିଜର ରୋକ୍‌ ଠୋକ୍‌ ଜବାବ ପାଇଁ ମଧ୍ୟ ରବିନା ବେଶ୍‌ ଜଣାଶୁଣା । ଯଦିଓ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ରବିନାଙ୍କୁ ପ୍ରାୟତଃ ଦେଖିବାକୁ ମିଳୁନାହିଁ, ତଥାପି ତାଙ୍କ ଜଲଓ୍ୱା କିଛି କମ୍‌ ହୋଇନାହିଁ । ଦିନେ ରବିନାଙ୍କର ଜଣେ ଫ୍ୟାନ୍‌ ତାଙ୍କ ପାଇଁ ସବୁ ସୀମା ଟପି ଯାଇଥିଲା । ତାଙ୍କୁ ରକ୍ତଭରା କାଚ ଏବଂ ଅଶ୍ଳୀଳ ଫଟୋ ପଠାଉଥିଲା ସେହି ଫ୍ୟାନ୍‌ ।

ନିକଟରେ ଏକ ସାକ୍ଷାତକାରରେ ଏହାର ଖୁଲାସା କରିଛନ୍ତି ରବିନା । ରବିନାଙ୍କ କହିବା ହେଉଛି, ଉକ୍ତ ବ୍ୟକ୍ତି ଜଣକ ରବିନାଙ୍କୁ ପାଗଳ ଭଳି ଭଲ ପାଉଥିଲା ଏବଂ ତାଙ୍କ ପିଲାଙ୍କୁ ନିଜର ପିଲା ବୋଲି କହୁଥିଲା । ରବିନାଙ୍କୁ ରକ୍ତଭରା କାଚ ଏବଂ ଅଶ୍ଳୀଳ ଫଟୋ ପଠାଉଥିଲା । କେବଳ ସେତିକି ନୁହେଁ ଥରେ କେହି ଜଣେ ରବିନାଙ୍କ ସ୍ୱାମୀ ଅନିଲ ଥଡାନୀଙ୍କ କାର୍‌ ଉପରକୁ କେହି ଜଣେ ଏକ ପଥର ମାରିଥିଲା ବୋଲି ରବିନା ଖୁଲାସା କରିଛନ୍ତି । କେବଳ ସେତିକି ନୁହେଁ ବରଂ ଜଣେ ଫ୍ୟାନ୍‌ ସବୁବେଳେ ରବିନାଙ୍କ ଘର ସାମ୍ନାରେ ବସି ରହୁଥିଲା ।

ରବିନାଙ୍କ ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ ଶେଷ ଥର ପାଇଁ ରବିନାଙ୍କୁ କେଜିଏଫ୍‌ ୨ ଫିଲ୍ମରେ ଦେଖିବାକୁ ମିଳିଥିଲା ।