ଆଜି ବି ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ

1 min read

ପୁରୀ : ଆଜି ଓ ଆସନ୍ତାକାଲି ବି କରାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ । ଏଏସଆଇ ଓ ବିଶେଷଜ୍ଞ ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିବେ । ଗୁପ୍ତ ରତ୍ନଭଣ୍ଡାର ଓ ଗୁପ୍ତ ସୁଡ଼ଙ୍ଗ ନେଇ ଅନୁଧ୍ଯାନ କରାଯାଉଛି । ଆଜି ଯାଞ୍ଚ ପ୍ରକ୍ରିୟା ଆଗକୁ ବଢ଼ିବ । ଗତକାଲି ପ୍ରଥମ ଦିନରେ ୪ ଘଣ୍ଟାଧରି ଯାଞ୍ଚ କରିବାପରେ ସ୍ବତନ୍ତ୍ର ଟିମ୍ ରତ୍ନଭଣ୍ଡାରରୁ ବାହାରିଥିଲେ । ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ସ୍ୱତନ୍ତ୍ର ମେସିନ ଦ୍ୱାରା ସର୍ଭେ କରାଯାଇଥିଲା । ଆଉ ଦୁଇ ଦିନ ସର୍ଭେ କରିବା ପରେ ସଂଗୃହିତ ଡାଟାକୁ ତର୍ଜମା କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯିବ l ସର୍ଭେ ଟିମରେ CSIR ଓ NGIRର ଅଧିକାରୀଙ୍କ ସହ ୨୬ ଜଣିଆ ଦଳ ସାମିଲ ହୋଇଛନ୍ତି । ଖୁବଶୀଘ୍ର ଜିପିଆର ସର୍ଭେ ସହ ୨୫ ତାରିଖ ସୁଦ୍ଧା ଯାଞ୍ଚ ସାରିବାକୁ ଲକ୍ଷ୍ଯ ରଖାଯାଇଛି । ରତ୍ନଭଣ୍ଡାର ଅନୁଧ୍ଯାନ ପାଇଁ ଦିନ ୨ଟାରୁ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନକୁ ବନ୍ଦ ରଖାଯାଉଛି ।