ପୁରୀ : ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତିମଣତି ପାଇଁ ମିଳିଲା କଣ୍ଟ । ୩ ମାସ ଭିତରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ଯ ସରକାରଙ୍କ ଅନୁମୋଦନ ଓ ନିର୍ଦ୍ଦେଶକୁ ଅପେକ୍ଷା । ଏଥିପାଇଁ କମିଟି ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ରାଜ୍ୟ ସରକାରଙ୍କ ନିକଟକୁ ଏସଓପି ପଠାଯାଇଥିବା ବେଳେ ସରକାରଙ୍କ ଅନୁମୋଦନ ଓ ନିର୍ଦ୍ଦେଶ ଅନୁସାରେ ପ୍ରକ୍ରିୟା କରାଯିବ । ପୂର୍ବ ବୈଠକର ନିଷ୍ପତ୍ତି ଅନୁସାରେ ବିଧି ବିଭାଗର ନିର୍ଦ୍ଦେଶ ଆସିବା ପରେ ପ୍ରକ୍ରିୟା ଆରମ୍ଭ କରାଯିବ । ପରିଚାଳନା କମିଟି ବୈଠକ କରାଯାଇ ଶୁଭ ମୂହୁର୍ତ୍ତ, ଲଗ୍ନ ଓ ତାରିଖ ନିଧାର୍ଯ୍ୟ କରାଯାଇ ଗଣତିମଣତି ଆରମ୍ଭ ହେବ । ସମସ୍ତ ଅଳଙ୍କାର ଗୁଡିକର ଫଟୋଗ୍ରାଫି ଓ ଡିଜିଟାଇଜେସନ କରାଯିବ। ଯେଭଳି ଦର୍ଶନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହେବନାହିଁ ଓ ୧୯୭୮ମସିହାରେ ଯେଉଁ ଗଣତି କରାଯାଇଥିଲା ସେଥିରେ ମେଳକ କରାଯିବ।
ଗଣତିମଣତି ଏକ ଜଟିଳ ଓ ସମ୍ବେଦନଶୀଳ ପ୍ରକ୍ରିୟା । ତେବେ ଏଥିପାଇଁ ଭକ୍ତଙ୍କ ଦର୍ଶନ ଯେଭଳି ପ୍ରଭାବିତ ନହେବା ତାହା ଉପରେ ଗୁରୁତ୍ୱ ଦିଆଯିବ । ଗଣତି ସମୟରେ ବାହାର କାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏଥିପାଇଁ ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବାବେଳେ ୩ ଟି ପର୍ଯ୍ୟାୟରେ ଗଣତି ମଣତି କରାଯିବ l ତେବେ ସଠିକ ଭାବେ ଗଣତି ମଣତି କାର୍ଯ୍ୟ କରିବା ପାଇଁ ସବୁ ମହଲରୁ ପରାମର୍ଶ ଦିଆଯାଇଛି ।
୨୦୨୪ ଜୁଲାଇ ୧୪ ଜୁଲାଇ ୨୦୨୪ ରତ୍ନ ଭଣ୍ଡାର ଖୋଲାଯାଇଥିଲା । ପ୍ରାଥମିକ ଭାବେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ୨୦୨୪ ଅଗଷ୍ଟ ୨୩ରେ ସ୍ଥାନାନ୍ତର ହୋଇଥିଲା ସିନ୍ଧୁକ । ପରେ ସେପ୍ଟେମ୍ବର ୨୪ ରେ ASI ସ୍ୱତନ୍ତ୍ର ଟିମ ଯାଞ୍ଚ କରିଥିଲା । ରିପୋର୍ଟ ଆଧାରରେ ୧୭ ଡିସେମ୍ବରରେ ଆରମ୍ଭ ହୋଇଥିଲା ମରାମତି । ଏହା ୨୮ ଏପ୍ରିଲ ୨୦୨୫ ଯାଏଁ ଜାରି ରହିଥିଲା । ମରାମତି ପରେ ପରିଚାଳନା କମିଟିର ଅନୁମୋଦନକ୍ରମେ ଚାଙ୍ଗେଡା ଘର ଓ ଖଟସେଜ ଘରେ ରଖାଯାଇଥିବା ରତ୍ନ ଅଳଙ୍କାର ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯାଇଥିଲା ।
ଶ୍ରୀମନ୍ଦିର ରତ୍ନ ଅଳଙ୍କାର ଗଣତିମଣତି ପାଇଁ ମିଳିଲା କଣ୍ଟ, ୩ ମାସ ଭିତରେ ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

