ମେ’ ଓ ଜୁନ୍ ମାସ ପାଇଁ ୫ କେଜି ଲେଖାଏଁ ଅତିରିକ୍ତ ଚାଉଳ ମିଳିବ

ଭୁବନେଶ୍ୱର: କୋଭିଡ୍‌ ମହାମାରୀରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ଅତିରିକ୍ତ ୫ କେଜି ଚାଉଳ ପାଇବେ । ମେ ଓ ଜୁନ୍ ଦୁଇ ମାସ ପାଇଁ  ହିତାଧିକାରୀମାନେ ମାଗଣାରେ ଅତିରିକ୍ତ ପାଞ୍ଚ କେଜି ଲେଖାଏଁ ଚାଉଳ ପାଇବେ । ଚାଉଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୧୨ ଲକ୍ଷ ହିତାଧିକାରୀ ଉପକୃତ ହେବେ । ରାଜ୍ୟ ସରକାର ଏ ବାବଦ ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବେ ।

ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସମୟରେ କରୋନା ମୁକାବିଲା ନେଇ ଭୁବନେଶ୍ୱର ମହାନଗର ନିଗମକୁ ୧୦ କୋଟି ଟଙ୍କା ଯୋଗାଇଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଆସିଥିବା ପାଣ୍ଠିରୁ ବିଏମ୍‌ସିକୁ କୋଭିଡ ପରିଚାଳନା ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ‘ରାଜ୍ୟରେ ରେମଡିସିଭିର ଓ ଫାବିଫିରାବିର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ୍ ଅଛି’

Leave a Reply