spot_img

Latest Posts

ଜନ୍ମବେଦୀ ପାଇଁ ପ୍ରସ୍ତୁତ ମହାପ୍ରଭୁ; ପ୍ରାତଃ ୪ଟା ୩୦ରୁ ମଙ୍ଗଳ ଆଳତି, ଅପରାହ୍ନ ୩ଟାରୁ ରଥଟଣା

ଭୁବନେଶ୍ୱର: ସୋମବାର  ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ଶ୍ରୀଜିଉ ଶ୍ରୀମନ୍ଦିର ଛାଡ଼ି ନବଦିନାତ୍ମକ ଯାତ୍ରାରେ ବାହାରିବେ । ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଜନ୍ମବେଦୀ-ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ଗତବର୍ଷ ପରି ଏବର୍ଷ ମଧ୍ୟ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଭକ୍ତ ଶୂନ୍ୟ ରହିବ ବଡ଼ଦାଣ୍ଡ । କେବଳ ସେବାୟତମାନେ ତିନିରଥକୁ ଟାଣିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଶ୍ରୀମନ୍ଦିର ସମ୍ମୁଖରେ ଦଣ୍ଡାୟମାନ ତିନି ରଥ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନକୁ ଅପେକ୍ଷା । ଆଜି ସକାଳ ଧୂପ ପରେ ବାଜି ଉଠିଥିଲା ବିଜେ କାହାଳି । ସେବକମାନେ ତିନି ବାଡ଼ରୁ ଆଜ୍ଞାମାଳ ଆଣିଥିଲେ । ରଥରେ ଆଜ୍ଞାମାଳ ବିଜେ ପରେ ସେବାୟତମାନେ ରଥଖଳାରୁ ତିନିରଥକୁ ସିଂହଦ୍ବାର ସମ୍ମୁଖକୁ ଟାଣି ନେଇଥିଲେ । ଘଣ୍ଟନାଦ ସହିତ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଓ ଶେଷରେ ତାଳଧ୍ବଜ ରଥକୁ ସିଂହଦ୍ବାର ସମ୍ମୁଖକୁ ଅଣାଯାଇଥିଲା । ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଘଣ୍ଟ ସରିଛି ନୀତିକାନ୍ତି  ।

ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ଯିବେ ଶ୍ରୀଜୀଉ । ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ଭୋର 4 ଟା 30ରେ ମଙ୍ଗଳ ଆଳତୀ, 5 ଟା ରେ ମଇଲମ, ତଡପ ଲାଗି, ରୋଷ ହୋମ, 5ଟା 30ରେ ଅବକାଶ, 5ଟା 40ରେ ସୂର୍ଯ୍ୟପୂଜା, 6 ଟା ରେ ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ଅନ୍ୟାନ୍ୟ ନୀତି ସରି 6ଟା 30ରୁ 7ଟା 30ରେ ଖେଚୁଡ଼ି ଭୋଗ, 8ଟା ରେ ରଥ ପ୍ରତିଷ୍ଠା, 8ଟା 15ରେ ମଙ୍ଗଳର୍ପଣ, 8ଟା 30ପହଣ୍ଡି ଆରମ୍ଭ ହୋଇ 11ଟା 30 ମଧ୍ୟରେ ପହଣ୍ଡି ଶେଷ, 12ଟାରୁ 12ଟା 30ମଧ୍ୟରେ ମଦନ ମୋହନ ବିଜେ, 12ଟା 30ରୁ ଗୋଟାଏ ମଧ୍ୟରେ ଚିତା ଲାଗି, ବେଶ ଶେଷ, 12ଟା 45ରୁ 2ଟା ମଧ୍ୟରେ ଛେରା ପହଁରା ହୋଇ 2ଟା 3ଟା ମଧ୍ୟରେ ଚାରମାଳ ଫିଟା, ଘୋଡା, ସାରଥୀ ଲାଗିବା ପରେ ରଥ ଟଣା ହେବ ।

Latest Posts

Don't Miss