ଆରମ୍ଭ ହେଲା ରଥଫିଟା ପ୍ରକ୍ରିୟା, ପ୍ରଥମେ ଖୋଲାଗଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ

ପୁରୀ: ଆରମ୍ଭ ହେଲା ରଥଫିଟା ପ୍ରକ୍ରିୟା । ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସରିବା ପରେ ସିଂହଦ୍ବାରଠାରେ ବ୍ୟାରିକେଡ୍ ମଧ୍ୟରେ ରଖାଯାଇଥିବା ତିନୋଟି ରଥ ଫିଟା ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫିଟାଯାଉଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଫିଟାଯିବ । ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଦେଶକ୍ରମେ ଭୋଇ ସର୍ଦ୍ଧାରଙ୍କ ନେତୃତ୍ବରେ ୧୦ ଜଣ ଭୋଇ ସେବକ ରଥ ଫିଟା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।