spot_img

Latest Posts

ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ, ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ନୀତି ଅନୁଷ୍ଠିତ। ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ। ଆଜ୍ଞାମାଳ ପରେ ରଥନିର୍ମାଣ ପାଇଁ ଅନୁକୂଳ ହୋଇଛି ରଥକାଠ ।

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସ୍ରୋତ୍ରୀୟ ବ୍ରାହ୍ମଣ ଓ ପୂଜକଙ୍କ ଦ୍ବାରା ବନଜାଗ ନୀତିରେ କାଠ ଅନୁକୂଳ କରାଯାଇଥିଲା। ପୂଜାର୍ଚ୍ଚନା ପରେ ସୁବର୍ଣ୍ଣ କୁରାଢୀରେ ରଥକାଠର ଅନୁକୂଳ କରାଯାଇଥିଲା । କାର୍ଯ୍ଯକ୍ରମରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପିଙ୍କ ସମେତ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କାଲିଠାରୁ ଆରମ୍ଭ ହେବ ରଥ ନିର୍ମାଣ କାମ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ଯାଳୟ ନିକଟରେ ଭୋଇ ସେବକଙ୍କ ଦ୍ବାରା ୩ଟି ଚାଳିଆ ପ୍ରସ୍ତୁତ ହୋଇଛି। ଏହି ଚାଳିଆ ତଳେ ମହାରଣା ସେବାୟତ ମାନେ ରଥକାମ କରିବେ। ରୂପକାରମାନେ ରଥ ଅଳଙ୍କରଣ କାର୍ଯ୍ୟ କରିବେ। କରତୀ ସେବକମାନେ ତୁମ୍ବ କାଟିବେ । ଚାଳି ତଳେ ପ୍ରଥମେ ଚକ କାର୍ଯ୍ୟ କରିବେ ସେବକ। ରଥ ନିର୍ମାଣ ପାଇଁ ଆବଶ୍ୟକ ରଥ କାଠ ବିଭିନ୍ନ ବନଖଣ୍ଡ ଅଞ୍ଚଳରୁ ଆସି ପହଁଚୁଛି। ରଥ କାର୍ଯ୍ୟ ପାଇଁ ରଥ ଖଳାରେ ନିୟୋଜିତ ହେବାକୁ ଥିବା ସେବକ ମାନଙ୍କର ସମସ୍ତ ଅନୁସାଙ୍ଗିକ ବ୍ୟବସ୍ତା ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ।

Latest Posts

Don't Miss