spot_img

Latest Posts

ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଯାତ୍ରା

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ ଯାତ୍ରା। ଏହି ଅବସରରେ ରଥ ଖଳାରେ ତିନି ରଥର ଚକ ଓ ଅଖ ଡେରା ନୀତି ଅନୁଷ୍ଠିତ ହେବାକୁ ଯାଉଛି। ପରମ୍ପରା ଅନୁଯାୟୀ ତିନିଟି ରଥର ଦୁଇ ଦୁଇଟି ଚକରେ ଗୋଟିଏ ଲେଖା ଅଖ ସଂଯୋଗ ହୋଇ ଚକ ଅଖ ଡେରା ନୀତି ସମ୍ପାଦନ କରାଯିବ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ନୀତି ବଢିବା ପରେ ଆଜ୍ଞା ମାଳ ରଥ ଖଳାରେ ବିଜେ କରାଯିବ । ଆଜ୍ଞା ମାଳ ବିଜେ ପରେ ବିଜେ କାହାଳି ବାଜି ଚକ ଅଖ ଡେରା ନୀତି କରାଯିବ । ମହାରଣା ସେବକଙ୍କ ଉପସ୍ଥିତିରେ ଭୋଇ ସେବକ ମାନେ ଏହି ନୀତି ସମ୍ପାଦନ କରିବେ । ୯ଟା ମଧ୍ୟରେ ସକାଳ ଧୂପ ନୀତି ବଢ଼ି ସହ ୯ଟା ୩୦ ମଧ୍ୟରେ ରଥ ଖଳାକୁ ସ୍ୱତନ୍ତ୍ର ପଟୁଆରାରେ ଆଜ୍ଞା ମାଳ ବିଜେ କରାଯିବ।

ତେବେ ଏଥିପାଇଁ ବଡଦାଣ୍ତ ଓ ନରେନ୍ଦ୍ର ପୁଷ୍କରିଣୀ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ଏହାବ୍ୟତୀତ ପ୍ରାୟ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

Latest Posts

Don't Miss