ରଥଯାତ୍ରା ହେବା ନେଇ ବଢୁଛି ସମ୍ଭାବନା,ଦେଉଳ ପୁରୋହିତଙ୍କୁ ରଥ ପ୍ରତିଷ୍ଠା ସେବା ନେଇ ପତ୍ର

ପୁରୀ: ହାତରେ ଆଉ ମାତ୍ର ୭ ଦିନ ଥିବାବେଳେ ଧୀରେ ଧୀରେ ରଥଯାତ୍ରା ହେବା ନେଇ ସମ୍ଭାବନା ବଢ଼ୁଛି । ସରକାର ଏନେଇ ଏପର୍ଯ୍ୟନ୍ତ ସୁଦ୍ଧା କୈାଣସି ସ୍ପଷ୍ଟ ସଙ୍କେତ ଦେଇନଥିଲେ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେଉଳ ପୁରୋହିତଙ୍କୁ ରଥ ପ୍ରତିଷ୍ଠା ସେବା ନେଇ ଦିଆଯାଇଛି ପତ୍ର । ଏ ନେଇ ସୂଚନା ଦେଇଛନ୍ତି ଦେଉଳ ପୁରୋହିତ ସିଦ୍ଧେଶ୍ୱର ମହାପାତ୍ର ।

ଅନ୍ୟପକ୍ଷରେ ଜଗନ୍ନାଥଙ୍କୁ ନେଇ ରାଜନୀତି ନ କରାଯାଇ କେମିତି ରଥ ଯାତ୍ରା ହେବ ତାହାକୁ ନେଇ ଉଦ୍ୟମ କରାଯାଉ ବୋଲି ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି  । ସେ କହିଛନ୍ତି ଯେ, ଜଗନ୍ନାଥଙ୍କୁ ନେଇ ସୁପ୍ରିମକୋର୍ଟ କି ହାଇକୋର୍ଟ ଯାଏ କଥା ନେଇ ରାଜନୀତି ନ କରାଯାଉ । ବିନା ଭକ୍ତରେ ରଥ ଟାଣିବାକୁ ଆମେ ପ୍ରସ୍ତୁତ । ପୂର୍ବରୁ କମ ଭକ୍ତ ଥିଲେ ବୋଲି ହାତୀ ରଥ ଟାଣୁଥିଲେ । ହେଲେ ଏବେ କମାଣ ହାତୀର ଆବଶ୍ୟକତା ରହିଛି ଯିଏ ବୋଲ ମାନିବ । ହେଲେ ମତେ ଲାଗୁନି, ଏତେ କମ ସମୟ ଭିତରେ କମାଣ ହାତୀ ମିଳିବ ।

ମନ୍ତ୍ରୀ ଅରୁଣ ସାହୁଙ୍କୁ ଆଜି ଦଇତାପତି ନିଯୋଗ ସଦସ୍ୟା ସାକ୍ଷାତ କରିଛନ୍ତି । ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ଙ୍କ ସହିତ ଅନ୍ୟ ଦେଇତାପତି ମାନେ  ଅରୁଣ ସାହୁଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟିଛନ୍ତି । ରଥଯାତ୍ରା କୁ ନେଇ ସରକାର କୌଣସି ଚୁଡାନ୍ତ ନିଷ୍ପତି ନେଇନଥିବା ବେଳେ ଦଇତାପତି ନିଯୋଗ ମନ୍ତ୍ରୀ ଙ୍କୁ ଭେଟି ଆଲୋଚନା କରିବା ଗୁରୁତ୍ୱ ବହନ କରୁଛି ।  ବିନାୟକ ଦାସ ମହାପାତ୍ର କହିଛନ୍ତି ଯେ,ଚଳିତ ବର୍ଷ କରୋନା କଟକଣା ମଧ୍ୟରେ କେମିତି ରଥଯାତ୍ରା ସୁରୁଖୁରୁରେ ହେବ ତାକୁ ନେଇ ଆଲୋଚନା କରାଯାଇଛି

ସେହିଭଳି ରଥଯାତ୍ରା ନେଇ ସରକାର ଟାଳଟୁଳ ନୀତି ଗ୍ରହଣ ନ କରି ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜେପି ନେତା ଗୋଲକ ମହାପାତ୍ର ଦାବି କରିଛନ୍ତି ।

Leave a Reply