ଆଫ୍ରିକାରୁ ଆମେରିକା ସବୁଠି ଶୁଭୁଛି ଜୟ ଜଗନ୍ନାଥ

ନନ୍ଦିଘୋଷ ବ୍ୟୁରୋ: ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଝୁମୁଛନ୍ତି ବିଶ୍ବବାସୀ  । ନବଦିନାତ୍ମକ ଯାତ୍ରାରେ କଳା ଠାକୁର । ଭାଇ ଭଉଣୀଙ୍କୁ ସାଥୀରେ ନେଇ ଜନ୍ମବେଦୀ ଅଭିମୁଖେ ମହାପ୍ରଭୁ  । ବିଶ୍ବପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି  । ପୁରୀ ବ୍ୟତୀତ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ରଥଯାତ୍ରା  । କେବଳ ରାଜ୍ୟ କି ଦେଶ ନୁହେଁ ଦେଶ ବାହାରେ ବି ରଥଯାତ୍ରା ଦେଖିବାକୁ ମିଳିଛି  ।

କାନାଡାର କାଲଗାରି ସିଟିରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ନେଇ ଜାକଜକମରେ ପାଳିତ ହୋଇଛି ରଥଯାତ୍ରା । ସହରର ବିଭିନ୍ନ ପ୍ରାନ୍ତରୁ ଓଡ଼ିଆ ମାନେ ରଥଯାତ୍ରା ଯୋଗଦେଇ ମହାପ୍ରଭୁଙ୍କ ରଥ ଟାଣିଥିଲେ ।

ବିଶ୍ଵର ପ୍ରତ୍ୟକ କୋଣ ଅନୁକୋଣରେ ୨୦୨୪ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ସାତ ଦରିଆପାରି ସୁଦୂର ଆମେରିକାର ଜର୍ଜିଆ ସ୍ଥିତ ଆଲଫାରେଟା ସହରରେ ପ୍ରବାସୀ ଓଡିଆ ଭାଇ ଭଉଣୀ ମାନେ ପବିତ୍ର ରଥଯାତ୍ରା ପାଳିଛନ୍ତି  । ଭକ୍ତଙ୍କ ଗହଣରେ ଅତି ଆନନ୍ଦ ଉଲ୍ଲାସ ସହିତ ପାଳନ କରିଛନ୍ତି ରଥଯାତ୍ରା । ଏହି ଅବସର ରେ ଓଡିଆ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର ପାଈଁ ବାର୍ଷିକ ଓଡିଆ ପତ୍ରିକା ନନ୍ଦିଘୋଷର ତୃତୀୟ ସଂସ୍କରଣ ଉନ୍ମୋଚିତ କରାଯାଇଥିଲା ।

ଏହା ସହିତ ମହା ପ୍ରସାଦ ସେବନ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ର ଆୟୋଜନ କରାଯାଇଥିଲା। ହଜାର ହଜାର ଭକ୍ତ ଏଇ ଅବସରରେ ଯୋଗ ଦେଇ ରଥାରୂଢ ଚତୁର୍ଦ୍ଧା ମୂର୍ତିଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।