ପୁରୀ ରଥଯାତ୍ରା ପାଇଁ ପ୍ରସ୍ତୁତି, କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ସମନ୍ବୟ ବୈଠକ

ପୁରୀ: ପାଖେଇ ଆସିଲାଣି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଜୁନ୍ ୨୦ ତାରିଖରେ ରଥର ଚଢ଼ି ମାଉସୀ ଘରକୁ ଯିବେ କାଳିଆ ସାଆନ୍ତ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ସାରିବାକୁ ଆଜି ବସିବ ପ୍ରଥମ ରଥ ସମନ୍ୱୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧକ୍ଷତାରେ ପୌରସଦନରେ ଏହି ବୈଠକ ଅନୁଷ୍ଠିତ ହେବ ।

ବିଗତ ବର୍ଷର ତ୍ରୁଟି ବିଚ୍ୟୁତିର କିଭଳି ପୁନରାବୃତ୍ତି ନହେବ ସେନେଇ ଗୁରୁତ୍ବ ଦିଆଯିବ । ମୁଖ୍ୟତଃ ସମସ୍ତ ବିଭାଗରେ ସମନ୍ବୟ, ପ୍ରଚଣ୍ଡ ରୌଦ୍ରତାପକୁ ନଜରରେ ରଖି ପର୍ଯ୍ୟାପ୍ତ ଜଳ ସିଞ୍ଚନ, ପାନୀୟ ଜଳ ଯୋଗାଣ, ନିରବଛିନ୍ନ ବିଦ୍ୟୁତ ବ୍ୟବସ୍ଥା କରାଯିବ । ସେହିପରି ନାଳ ସଫେଇ, ରାସ୍ତାଘାଟ ମରାମତି, ଅସୁରକ୍ଷିତ କୋଠା ଚିହ୍ନଟ, ଆଇନ ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା ।