ନୂଆଦିଲ୍ଲୀ: ଆଜି କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଲେ ପରେ ଟାଟା କମ୍ପାନିର ଅଧ୍ୟକ୍ଷ ରତନ ଟାଟା । ଟିକା ନେବା ପରେ ରତନ କହିଲେ ଯେ, ଟିକା ନେବା ଅତି ସହଜ ତଥା ଯନ୍ତ୍ରଣାହୀନ।
https://twitter.com/RNTata2000/status/1370604087440338948
ଅବିଳମ୍ବେ ସମସ୍ତେ ଏହି ଟିକା ନେଇ ସୁରକ୍ଷିତ ରହି ପାରିବେ ବୋଲି ରତନ ଟାଟା ଆଶା ପ୍ରକାଶ କରିଛନ୍ତି। ଟିକା ନେଇଥିବା କଥା ତାଙ୍କ ଅଫିସିୟାଲ୍ ଟୁଇଟର୍ରେ ଘୋଷଣା କରି ସେ ଲେଖିଛନ୍ତି, ଆଜି ଟିକାକରଣର ପ୍ରଥମ ଡୋଜ୍ ନେଇ ଧନ୍ୟ ହେଲି । ଟିକା ନେବା ଖୁବ୍ ସହଜ ଓ ଯନ୍ତ୍ରଣାହୀନ। ଅବିଳମ୍ବେ ସମସ୍ତଙ୍କୁ ଟିକା ଦିଆଯାଇ ରକ୍ଷା କରାଯାଇ ପାରିବ ବୋଲି ମୁଁ ବାସ୍ତବରେ ଆଶା କରୁଛି।

ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଚାଲିଥିବା ବେଳେ ଶିଳ୍ପପତି ରତନ ଟାଟା ଏହି ଟିକା ନେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଜାନୁଆରି ୧୬ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବା ଟିକାକରଣ ଅଭିଯାନରେ ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୮୨,୧୮,୪୫୭ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ସେଥିରୁ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୫୩,୫୩୭ ଜଣ ହିତାଧିକାରୀ ଟିକା ନେଇଛନ୍ତି।

