କେତେ ଟଙ୍କାର ମାଲିକ ରତନ ଟାଟା ? ପଢ଼ନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନନ୍ଦିଘୋଷ ବ୍ୟୁରୋ: ରତନ ଟାଟାଙ୍କ ପରଲୋକ ସମଗ୍ର ବିଶ୍ବରେ ଶୋକର ଛାୟା ଖେଳାଇ ଦେଇଛି । ତେବେ ଭାରତର ଏହି ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ ପରେ ଏବେ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି କି, ବାସ୍ତବରେ କେତେ ଟଙ୍କାର ମାଲିକ ଅଟନ୍ତି ରତନ ଟାଟା ? ତାଙ୍କର ପରଲୋକ ପରେ କିଏ ସମ୍ଭାଳିବ କମ୍ପାନୀ । ତେବେ ଯଦି ଆମେ କହିବା ତାହେଲେ ସମସ୍ତେ ଜାଣିଛନ୍ତି କି, ରତନଙ୍କ କୌଣସି ସନ୍ତାନ ନାହାନ୍ତି । ଏଣୁ କୋଟି କୋଟି ଟଙ୍କାର ମାଲିକ ରତନ ଟାଟାଙ୍କ ସବୁ ସମ୍ପତ୍ତି କିଏ ପାଇବ ।

ଟାଟା କମ୍ପାନୀ ଅଧିନରେ ୨୯ କମ୍ପାନୀ ଆସୁଛି । ଆଉ ଯଦି ଏହାର ମାର୍କେଟ ଭ୍ୟାଲୁ ଦେଖିବା ତାହେଲେ ଅଗଷ୍ଟ ୨୦ ୨୦୨୪ ସୁଦ୍ଧା ୪୦୩ ଆରବ ଡଲାର ଅଟେ । ରତନ ଟାଟା ନିଜ ପଛରେ ୩୮୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଯାଇଛନ୍ତି। ଟାଟା କମ୍ପାନୀ ଆୟର ୬୬ ପ୍ରତିଶତ ଲୋକଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି । ଅଧିକ ଡୋନେସନ ଏବଂ ଟ୍ରଷ୍ଟ ମାଧ୍ୟମରେ କମ୍ପାନୀ ପକ୍ଷରୁ ଖର୍ଚ୍ଚ କରାଯାଉଥିବାବେଳେ ଲୋକେ ଏଥିପାଇଁ ରତନ ଟାଟାଙ୍କୁ ବେଶି ଭଲ ପାଆନ୍ତି ।

ବର୍ତ୍ତମାନ ସମ୍ଭାବ୍ୟ ଉତ୍ତରାଧିକାରୀଙ୍କ ମଧ୍ୟରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ୍ ଟାଟା ଶୀର୍ଷରେ ଅଛନ୍ତି। ନୋଏଲ୍ ଟାଟା, ରତନ ଟାଟାଙ୍କ ବାପା ନାଭାଲ ଟାଟାଙ୍କ ଦ୍ୱିତୀୟ ପତ୍ନୀ ସିମୋନଙ୍କ ପୁଅ। ପରିବାରର ଏକ ଅଂଶ ହୋଇଥିବା ଯୋଗୁ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ୍ ଟାଟାଙ୍କ ନାମ ଆଗରେ ରହିଛି। ନୋଏଲ୍ ଟାଟାଙ୍କର ତିନୋଟି ସନ୍ତାନ ଅଛନ୍ତି। ଏମାନେ ହେଉଛନ୍ତି ମାୟା ଟାଟା, ନେଭିଲ୍ ଟାଟା ଏବଂ ଲିଆ ଟାଟା। ରତନ ଟାଟାଙ୍କ ସମ୍ପତ୍ତିର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ଏମାନେ ମଧ୍ୟ ସାମିଲ ଅଛନ୍ତି।

ନୋଏଲ୍ ଟାଟାଙ୍କ ପୁଅମାନେ ବର୍ତ୍ତମାନ ଟାଟା ଗ୍ରୁପର ବିଭିନ୍ନ ଦାୟିତ୍ୱର ପରିଚାଳନା କରୁଛନ୍ତି। ୩୪ ବର୍ଷୀୟ ମାୟା ଟାଟା ଟାଟା ଅପର୍ଚ୍ୟୁନିଟି ଏବଂ ଟାଟା ଡିଜିଟାଲରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଟାଟା ନ୍ୟୁ ଆପ୍ ଲଞ୍ଚରେ ମଧ୍ୟ ତାଙ୍କର ଢ଼େର ଅବଦାନ ଥିଲା। ସେହିପରି ୩୨ ବର୍ଷୀୟ ନେଭିଲ ଟାଟା ଟ୍ରେଣ୍ଟ୍ ଲିମିଟେଡ ପ୍ରମୁଖ ହାଇପର୍ ମାର୍କେଟ୍ ଚେନ୍ ଷ୍ଟାର୍ ବଜାରକୁ ଲିଡ୍‌ କରୁଛନ୍ତି। ଏଥି ସହିତ ୩୯ ବର୍ଷୀୟା ଲିଆ ଟାଟା ଟାଟା ଗ୍ରୁପର ହସ୍ପିଟାଲିଟି ସେକ୍ଟରକୁ ଦେଖୁଛନ୍ତି। ସେ ତାଜ ହୋଟେଲ ରିସର୍ଟ ଏବଂ ପ୍ୟାଲେସର ପରିଚାଳନା କରୁଛନ୍ତି। ସେ ଇଣ୍ଡିଆନ ହୋଟେଲ କମ୍ପାନୀର ତଦାରଖ ମଧ୍ୟ କରୁଛନ୍ତି।