ବିଶ୍ୱର କେବଳ ୪୫ ଜଣଙ୍କ ପାଖରେ ଅଛି ଗୋଲ୍ଡେନ ବ୍ଲଡ, ଏହି ବିରଳ ରକ୍ତ ବିଷୟରେ ଜାଣନ୍ତୁ ସବୁ କିଛି
1 min readନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସାରା ବିଶ୍ୱର ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି । ସାଧାରଣତଃ ମଣିଷ ଶରୀରରେ ୮ ପ୍ରକାରର ବ୍ଲଡ ଗ୍ରୁପ ମିଳିଥାଏ । ଯେମିତି କି, ଏ ପଜିଟିଭ, ଏ ନେଗେଟିଭ, ବି ପଜିଟିଭ, ବି ନେଗେଟିଭ, ଓ ପଜିଟିଭ, ଓ ନେଗେଟିଭ, ଏବି ପଜିଟିଭ ଏବଂ ଏବି ନେଗେଟିଭ । ତେବେ ଏପରି ଏକ ବ୍ଲଡ ଗ୍ରୁପ ସମ୍ପର୍କରେ ଜଣାଯାଇଛି, ଯାହା କି ବିଶ୍ୱରେ କେବଳ ୪୫ ଜଣଙ୍କ ଶରୀରେ ମିଳିଛି । ଏହି ବ୍ଲଡ ଗ୍ରୁପର ନାଁ ହେଉଛି ଗୋଲ୍ଡେନ ବ୍ଲଡ ।
ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ ଗୋଲ୍ଡେନ ବ୍ଲଡ ଗ୍ରୁପ କଣ ଏବଂ କଣ ଏହାର ରଙ୍ଗ ସୁନେଲି? କେଉଁମାନଙ୍କ ଠାରେ ଏହି ବ୍ଲଡ ଗ୍ରୁପ ଦେଖାଯିବାର ସମ୍ଭାବନା ରହିଛି ଏବଂ ସେମାନେ ସାଧାରଣ ଲୋକଙ୍କ ଭଳି ନା ଭିନ୍ନ । ଆଜି ଆମେ ଆପଣଙ୍କୁ ସବୁ ପ୍ରଶ୍ନର ଉତ୍ତର ଦେବୁ..
ପ୍ରଥମେ ଜାଣିବା ଗୋଲ୍ଡେନ ବ୍ଲଡ ଗ୍ରୁପ କଣ?
ଗୋଲ୍ଡେନ ବ୍ଲଡ ମଣିଷ ଶରୀରେ ମିଳୁଥିବା ଏକ ଦୁର୍ଲଭ ଅର୍ଥାତ ବିରଳ ବ୍ଲଡ ଗ୍ରୁପ ଅଟେ । ଏହି ବ୍ଲଡ ଗ୍ରୁପର ଅନ୍ୟ ଏକ ନାଁ ହେଉଛି ଆରଏଚ ନଲ୍ । ବିଶ୍ୱର ମାତ୍ର ୪୫ ଜଣଙ୍କ ଶରୀରରେ ମିଳୁଥିବା ଏହି ରକ୍ତ କୌଣସି ବି ବ୍ଲଡ ଗ୍ରୁପ ଥିବା ମଣିଷ ଶରୀରରେ ଚଢାଯାଇ ପାରିବ ।
ଆରଏଚ ନଲ୍ କୁ ଗୋଲ୍ଡେନ ବ୍ଲଡ ଗ୍ରୁପ କଣ ପାଇଁ କୁହାଯାଉଛି?
ବିଶ୍ୱର ୪୫ ଜଣଙ୍କ ଶରୀରରେ ଏହି ବ୍ଲଡ ଗ୍ରୁପ ଅବଶ୍ୟ ମିଳିଛି କିନ୍ତୁ ଏହାର ଡୋନର ଏବେ ବି ବିଶ୍ୱରେ କେବଳ ୯ ଜଣ ଅଛନ୍ତି । ଅର୍ଥାତ ଗ୍ରୁପ ଥିବା ୩୬ ଜଣ ଏପରି ଅଛନ୍ତି ଯିଏକି ଏପରି ସ୍ଥିତିରେ ନାହାନ୍ତି କି ନିଜ ବ୍ଲଡ ଡୋନେଟ କରିପାରିବେ ବା ସ୍ୱେଚ୍ଛାକୃତ ଭାବେ ନିଜ ରକ୍ତ ଦାନ କରିବା ପାଇଁ ଇଚ୍ଛୁକ ନାହାନ୍ତି । ଏପରି ସ୍ଥିତିରେ ଏହି ବ୍ଲଡ ଗ୍ରୁପର ଗୋଟିଏ ବୁନ୍ଦା ରକ୍ତର ମୂଲ୍ୟ ଏକ ଗ୍ରାମ ସୁନା ଠାରୁ ମଧ୍ୟ ଅଧିକ । ଏହି କାରଣରୁ ଏହାକୁ ଗୋଲ୍ଡେନ ଗ୍ରୁପର ନାଁ ଦିଆଯାଇଛି ।
ଗୋଲ୍ଡେନ ବ୍ଲଡକୁ ଆରଏଚ ନଲ୍ କଣ ପାଇଁ କୁହାଯାଉଛି?
ଗୋଲ୍ଡେନ ବ୍ଲଡକୁ ଆରଏଚ ନଲ୍ ଏଥିପାଇଁ କୁହାଯାଉଛି କାରଣ ଏହି ରକ୍ତ ସେହି ବ୍ୟକ୍ତିର ଶରୀରେ ମିଳିଥାଏ, ଯାହାଙ୍କର ଆରଏଚ୍ ଫ୍ୟାକ୍ଟର ନଲ୍ ହୋଇଥାଏ ।ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଯେ ଏ ଆରଏଚ୍ ଫ୍ୟାକ୍ଟର ଏବଂ ନଲ୍ କ’ଣ। ସୂଚନାନୁଯାୟୀ ଆମ ଶରୀରରେ ରକ୍ତ ତିନି ପ୍ରକାରର ସେଲ ସହ ମିଶି ସୃଷ୍ଟି ହୋଇଥାଏ । ଗୋଟିଏ ହେଉଛି ରେଡ ବ୍ଲଡ ସେଲ୍, ହ୍ୱାଇଟ ବ୍ଲଡ ସେଲ୍ ଓ ପ୍ଲେଟଲେଟ୍ସ ।
ଆମ ଶରୀରର ବ୍ଲଡ ଗ୍ରୁପ କଣ ଅଟେ, ଏହା ଦୁଇଟି ଜିନିଷ ଆଧାରରେ ଜଣାପଡ଼ିଥାଏ
୧. ଆଣ୍ଟିବଡି: ହ୍ୱାଇଟ ବ୍ଲଡ ସେଲରେ ଉପସ୍ଥିତ ପ୍ରୋଟିନକୁ କୁହାଯାଇଥାଏ ।
୨. ଆଣ୍ଟିଜେନ- ରେଡ ବ୍ଲଡ ସେଲରେ ଉପସ୍ଥିତ ପ୍ରୋଟିନକୁ କୁହାଯାଇଥାଏ ।
ଆରଏଚ୍ ରେଡ ବ୍ଲଡ ସେଲ୍ସର ପୃଷ୍ଠରେ ଉପସ୍ଥିତ ଏକ ପ୍ରୋଟିନ ହୋଇଥାଏ । ସାଧାରଣ ମଣିଷର ଶରୀରେ ଏହି ଆରଏଚ ପଜିଟିଭ ଥାଏ ନଚେତ୍ ନେଗେଟିଭ ଥାଏ । । କିନ୍ତୁ ଯେଉଁ ମଣିଷର ଶରୀରରେ ଗୋଲ୍ଡେନ ବ୍ଲଡ ଥାଏ, ତାର ବଡିର ଆର ଏଚ ନା ତ ପଜିଟିଭ ହୋଇଥାଏ ନାଁ ନେଗିଟିଭ ଥାଏ । ଅର୍ଥାତ ଏମାନଙ୍କ ଶରୀରରେ ଆରଏଚ ଫ୍ୟାକ୍ଟର ନଲ୍ ରହିଥାଏ ।
କିଛି ଲୋକଙ୍କ ଶରୀରରେ ଗୋଲ୍ଡେନ ବ୍ଲଡ କଣ ପାଇଁ ମିଳିଥାଏ?
ଗୋଲ୍ଡେନ ବ୍ଲଡ ଗ୍ରୁପ ଜେନେଟିକ ମ୍ୟୁଟେସନ କାରଣରୁ ହୋଇଥାଏ । ସାଧାରଣତଃ ଏପରି ଲୋକଙ୍କ ଶରୀରରେ ଆରଏଚଏଜି ଜିନର ମ୍ୟୁଟେସନ କାରଣରୁ ହୋଇଥାଏ । କୌଣସି ମନୁଷ୍ୟର ଶରୀରରେ ଏହି ବ୍ଲଡ ଗ୍ରୁପ ମିଳିବାର ମୁଖ୍ୟତଃ ଦୁଇଟି କାରଣ ସାମ୍ନାକୁ ଆସିଛି । – ଜେନେଟିକ୍ ମ୍ୟୁଟେସନ କାରଣରୁ ଗୋଟିଏ ପୀଢିରୁ ଅନ୍ୟ ପୀଢିର ଲୋକଙ୍କ ପାଖକୁ ଟ୍ରାନ୍ସଫର ହୋଇଥାଏ । ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ୱାବସାଇଟ୍ ମୁତାବିକ କଜିନ, ଭାଇ ଭଉଣୀ ବା କୌଣସି ନିକଟ ବା ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ହେବା କାରଣରୁ ତାଙ୍କ ପିଲାଙ୍କଠାରେ ଗୋଲ୍ଡେନ ବ୍ଲଡ ମିଳିବାର ସମ୍ଭାବନା ଥାଏ ।
ପ୍ରଥମଥର ଗୋଲ୍ଡେନ ବ୍ଲଡ କେଉଁଠି ଦେଖାଯାଇଥିଲା?
ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନ ୱାବସାଇଟ୍ ମୁତାବିକ ୧୯୬୧ରେ ପ୍ରଥମଥର ଅଷ୍ଟ୍ରେଲିଆର ଏକ ଆଦିବାସୀ ମହିଳାଙ୍କ ଶରୀରରେ ଏହି ବ୍ଲଡ ଗ୍ରୁପ ମିଳିଥିଲା । ଏହା ପରେ ଅଷ୍ଟ୍ରେଲିଆର କିଙ୍ଗ ଏଡୱାର୍ଡ ମେମୋରିଆଲ ହସ୍ପିଟାଲର ଡାକ୍ତର ଜିଏଚ ଭୋଜ ଏବଂ ତାଙ୍କ ସାଥୀମାନେ ଏ ସମ୍ପର୍କରେ ଡିଟେଲ ରିପୋର୍ଟ ପ୍ରସ୍ତୁତି କରିଥିଲେ । ଏହି ରିପୋର୍ଟକୁ ଚଳିତ ବର୍ଷ ପାକିସ୍ତାନ ମେଡିକାଲ ଆସୋସିଏସନର ପତ୍ରିକାରେ ପ୍ରକାଶ ପାଇତିଲା । ଏହା ପୂର୍ବରୁ ଡାକ୍ତରୀ ବିଶ୍ୱାସ ରହିଥିଲା ଯେ ବିନା ଆରଏଚ ଆଣ୍ଟିଜେନରେ ପିଲା ଜୀବିତ ଜନ୍ମ ସମ୍ଭବ ନୁହେଁ ।
ଗୋଲ୍ଡେନ ବ୍ଲଡ ଗ୍ରୁପ ଥିବା ମଣିଷଙ୍କ ଶରୀରରେ ହେମୋଗ୍ଲୋବିନର ଅଭାବ ଥାଏ । ଏହା କାଣରୁ ଶରୀରରେ ହଳଦିଆ ଏବଂ ରେଡ ବ୍ଲଡ ସେଲ୍ସ କମ ହେବାର ବିପଦ ଲାଗି ରହିଥାଏ । ଏହି ବ୍ଲଡ ଗ୍ରୁପ ଥିବା ଅଧିକତମ ଲୋକ ଏନେମିଆ ରୋଗର ଶିକାର ଥିବା ଦେଖାଯାଇଛନ୍ତି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ମା’ ଏବଂ ଗର୍ଭରେ ବଢ଼ୁଥିବା ଉଭୟଙ୍କ ଶରୀରରେ ଗୋଲ୍ଡେନ ବ୍ଲଡ ଥାଏ ତେବେ ଗର୍ଭପାତର ସମ୍ଭାବନା ବଢ଼ିଯାଇଥାଏ । ଏପରି ଲୋକଙ୍କ କିଡନୀ ଫେଲ୍ ହେବାର ଅଧିକ ସମ୍ଭାବନା ରହିଥାଏ ।
ଯଦି ଆପଣଙ୍କର ଗୋଲ୍ଡେନ ବ୍ଲଡ ଗ୍ରୁପ ଅଟେ ତେବେ ସେଣ୍ଟ୍ରାଲ ବ୍ଲଡ ରେଜିଷ୍ଟ୍ରିରେ ନିଜ ନାଁ ପଞ୍ଜିକୃତ କରାନ୍ତୁ । ଯାହାଫଳରେ ସମୟ ଆସିଲେ ଆପଣଙ୍କୁ ସାହାଯ୍ୟ ମିଳିପାରିବ ଏବଂ ଆପଣ କାହାକୁ ସାହାଯ୍ୟ କରିପାରିବେ