ଗୋବରୀ ନଦୀରୁ ବିରଳ ପ୍ରଜାତିର ମାଛ ଉଦ୍ଧାର, ଲମ୍ବ ୬ ଫୁଟ୍

କେନ୍ଦ୍ରାପଡ଼ା: ଜାଲରେ ଲାଗିଲା ବିରଳ ମାଛ । କେନ୍ଦ୍ରାପଡ଼ା ଥାନା ଗଙ୍ଗାରାଜପୁର ପଞ୍ଚାୟତ କଇଁକୁଳା ଭେଡ଼ିସାହି ନିକଟ ଗୋବରୀ ନଦୀରୁ ବିରଳ ମାଛ ଉଦ୍ଧାର ହୋଇଛି । ଭେଡ଼ିସାହି ଗାଁର ଶରତ ସେଠୀ ସନ୍ଧ୍ୟାରେ ଗାଁ ନିକଟ ଗୋବରୀ ନଦୀରେ ମାଛ ମାରିବା ପାଇଁ ଭସା ଜାଲ ବସାଇଥିଲେ । ବିରଳ ମାଛଟି ଶରତଙ୍କ ଜାଲରେ ପଡ଼ିଛି ।

Rare Fish Rescued From Gobari River Kendrapra

ଶରତ ଜାଲକୁ ଉଠାଇବା ସମୟରେ ବିରଳ ମାଛ ଦେଖି ଭୟଭୀତ ହୋଇ ପଡ଼ିଥିଲେ । ସେ ମାଛକୁ ପାଟି କରିବାରୁ ଆଖପାଖ ଲୋକମାନେ ଆସି ବିରଳ ମାଛଟିକୁ ଗାଁକୁ ନେଇଥିଲେ । ବିରଳ ମାଛଟିର ଲମ୍ବ ୬ ଫୁଟ୍ ହୋଇଥିବା ବେଳେ ଓଜନ ୫୦ କେଜିରୁ ଅଧିକ ହେବ । ଏହି ବିରଳ ମାଛଟିକୁ ଦେଖିବାକୁ ଆଖପାଖ ଗାଁ ଲୋକଙ୍କ ଭିଡ଼ ଜମିଛି ।

Leave a Reply