ଉଦ୍ଧାର ହେଲା ଦୁଇ ପରରେ ଛିଡ଼ା ହେଉଥିବା ବିରଳ ପ୍ରଜାତିର ମାଛ

ଚାନ୍ଦବାଲି: ଉଦ୍ଧାର ହେଲା ଦୁଇପରରେ ଛିଡ଼ା ହେଉିଥିବା ବିରଳ ମାଛ । ଏଭଳି ମାଛ ଚାନ୍ଦବାଲି ସ୍ଥିତ ସ୍ଥାନୀୟ ଖ୍ରୀଷ୍ଟିୟାନ ପୋଖରୀରୁ ଉଦ୍ଧାର ହୋଇଛି । ଉଦ୍ଧାର ହେବାପରେ ସେହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ।

ସୂଚନା ଅନୁଯାୟୀ, ଆଜି ସକାଳୁ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ପୋଖରୀକୁ ଯାଇଥିଲେ । ମାଛ ଧରିବା ବେଳେ ଜାଲରେ ଏକ ବିରଳ ପ୍ରଜାତିର ମାଛ ଫସିଥିଲା । ଏହି ମାଛ ତାର ଦୁଇ ପର ସାହାଯ୍ୟରେ ମାଟି ଉପରେ ଛିଡ଼ା ହୋଇପାରୁଛି ଏବଂ ଶବ୍ଦ ମଧ୍ୟ କରୁଛି । ମାଛଟିର ୪ ଟି ଆଖି ରହିଥିବା ବେଳେ  ଓଜନ ୨ କିଲୋଗ୍ରାମ ରହିଛି । ତାର ପିଠି ଓ ଲାଞ୍ଜ ଅଧିକ ଟାଣ ଓ କୁମ୍ଭୀର ଚମଡା ପରି ହୋଇଛି ।

ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଏହି ମାଛକୁ ଆଳଙ୍କରିକ ବା ଆକ୍ଟିଫିସିଆଲ ବ୍ଲାକ ଡାଇମଣ୍ଡ ମାଛ ବୋଲି ପ୍ରକାଶ କରିଛନ୍ତି । ଏହି ମାଛକୁ ଦେଖିବା ପାଇଁ ସେଠାରେ ଲୋକଙ୍କର ଭିଡ଼ ଜମିଥିଲା । ସେପଟେ ମାଛକୁ ପୁଣିଥରେ ପୋଖରୀକୁ ଛାଡ଼ି ଦିଆଯାଇଛି ।

Leave a Reply