ଜୟାଙ୍କ ପରେ ସଂସଦରେ ହେମା ମାଳିନୀଙ୍କ ଦାବି, ଦୁଷ୍କର୍ମକାରୀଙ୍କ ସଂପର୍କରେ କହିଲେ…

ନୂଆଦିଲ୍ଲୀ : ହାଇଦ୍ରାବାଦରେ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ସଂସଦରେ ଗତ ୨ ଦିନ ହେବ ଏ ମାମଲାକୁ ନେଇ ରାଜନୀତି ମଧ୍ୟ ଜୋରଦାର ହୋଇଛି । ସବୁ ଦଳରୁ ସାଂସଦ ଏହାକୁ କଡ଼ା ଭାଷାରେ ନିନ୍ଦା କରିବା ସହ, ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ଦାବି କରୁଛନ୍ତି । ସମସ୍ତେ ନିଜ ନିଜର ମତ ଦେଉଥିବା ବେଳେ ସରକାର ମଧ୍ୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉଥିବା କହୁଛନ୍ତି ।

ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ଗତକାଲି ରାଜ୍ୟସଭାରେ ଦୋଷୀମାନଙ୍କୁ ଲୋକଙ୍କୁ ହସ୍ତନ୍ତର କରିବା ନେଇ ମତ ଦେବା ପରେ ଆଜି ଲୋକସଭାରେ ଏ ପ୍ରସଙ୍ଗରେ ମତ ରଖିଛନ୍ତି ବିଜେପି ସାଂସଦ ହେମା ମାଳିନୀ । ଜୟାଙ୍କ ଭଳି ଭିନ୍ନ ଯୁକ୍ତି ରଖିଛନ୍ତି ହେମା ।

ମଥୁରାର ଏ ବିଜେପି ସାଂସଦ କହିଛନ୍ତି ଯେ, ପ୍ରତିଦିନ ଆମେ ମହିଳାଙ୍କୁ ନିର୍ଯ୍ୟାତନା ସଂପର୍କରେ ଶୁଣୁଛୁ ଓ ପଢୁଛୁ । ଏଭଳି ସ୍ଥିତିରେ ଦୋଷୀଙ୍କୁ ସବୁଦିନ ପାଇଁ ଜେଲରେ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଥରୁଟିଏ ସେମାନେ ଜେଲକୁ ଯିବା ପରେ ପରବର୍ତ୍ତୀ ସମୟରେ ସେମାନେ ଆଉ ମୁକୁଳିବା ଉଚିତ୍ ନୁହେଁ । ଏଭଳି କଲେ ଅନ୍ୟମାନେ ମଧ୍ୟ  ସେଥିରୁ କିଛି ଶିକ୍ଷା ପାଇଁ କଦର୍ଯ୍ୟ କାମ କରିବାକୁ ଡରିବେ ବୋଲି ହେମା କହିଛନ୍ତି ।

ସେପଟେ କଂଗ୍ରେସର ଦୁର୍ବଳା ବୟାନକୁ ନେଇ ଲୋକସଭାରେ ବର୍ଷିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କହିଛନ୍ତି ସମସ୍ତେ ସବଳା କେହି ଦୁର୍ବଳା କହିବା ତାଙ୍କ ମାନସିକତାକୁ ପ୍ରଦର୍ଶିତ କରୁଛି । ଗତକାଲି କଂଗ୍ରେସର ଅଧୀର ରଂଜନ ଚୌଧୁରୀ ଭାରତୀୟ ଅର୍ଥନୀତିକୁ ନେଇ ମନ୍ତବ୍ୟ ଦେଇ କହିଥିଲେ ଯେ, ଦୁର୍ବଳା ହେଲାଣି ଅର୍ଥନୀତି ।

Leave a Reply