ବାୟୁସେନାରେ ସାମିଲ ହେବ ରାଫେଲ, ସେପ୍ଟେମ୍ବର ୧୦ରେ ଅମ୍ବାଲା ଏୟାରବେସରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

rafel fighter

ନୁଆଦିଲ୍ଲୀ: ଲମ୍ବା ପ୍ରତିକ୍ଷାର ଅନ୍ତ ହେବକୁ ଯାଉଛି  । ସେପ୍ଟେମ୍ବର ୧୦ରେ ଭାରତୀୟ ବାୟୁସେନାରେ ସାମିଲ ହେବ ଫ୍ରାନ୍ସରୁ ଆସିଥିବା ୫ଟି ରାଫେଲ ବିମାନ । ସେପ୍ଟେମ୍ବର ୧୦ରେ ଅମ୍ବାଲା ଏୟାରବେସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଫେଲ ବାୟୁସେନାରେ ସାମିଲ ହେବ  । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  । ଏଥିସହ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାରେଲ ମଧ୍ୟ ଉପସ୍ଥିତ ରହି ପାରନ୍ତି । ତାଙ୍କୁ ଏଥିପାଇଁ ନିମନ୍ତ୍ରଣ ପଠାଯାଇଛି  ।

୨୯ ଜୁଲାଇରେ ୫ଟି ରାଫେଲ ବିମାନ ଫ୍ରାନ୍ସରୁ ଆସି ଭାରତରେ ପହଁଚିଥିଲା  । ଏଥିରେ ୩ଟି ସିଙ୍ଗଲ ସିଟର ଓ ଦୁଇଟି ଡବଲ ସିଟର ବିମାନ ରହିଛି । ବାୟୁସେନା ବର୍ତ୍ତମାନ ରାଫେଲ ବିମାନରେ ଟ୍ରେନିଂ କରୁଛନ୍ତି  ।  ଆକାଶ ପଥ ଓ ସ୍ଥଳ ପଥରେ ଶତ୍ରୁ ପକ୍ଷରୁ କଡା ଜବାବ ଦେବାକୁ ରାଫେଲ ସକ୍ଷମ ରହିଛି  । ବାୟୁସେନା ପକ୍ଷରୁ ବିମାନରେ ଘାତକ ମିସାଇଲ ସଂଯୁକ୍ତ କରାଯାଇଛି ।

Leave a Reply