ବାହାଘର ନିମନ୍ତ୍ରଣ କାର୍ଡ଼ ଦେବାକୁ ଆସି ଝିଆରି ସହ ଦୁଷ୍କର୍ମ କଲା ଦାଦା

ନୂଆଦିଲ୍ଲୀ:  ଦିଲ୍ଲୀର କେଶବ ପୂରମ ଥାନାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା  ସମ୍ପର୍କର ଡୋରିରେ ଅଳନ୍ଧୁ ଲଗାଇ ଦେଇଛି ।  ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ କାମ କରୁଥିବା ଦିବ୍ୟାଙ୍ଗ ମହିଳାଙ୍କ ସହ ଦା କରିଛି ଦୁଷ୍କର୍ମ । ସୂଚନା ଅନୁସାରେ ଝିଅ ବାହାଘରର ନିମନ୍ତ୍ରଣ କାର୍ଡ଼ ଦେବାପାଇଁ ଆସି ଏଭଳି ନିଚ୍ଚ ଘୃଣ୍ୟ କାଣ୍ଡ କରିଛି ଦାଦା ।

ଘଟଣାକୁ ନେଇ  କେଶମପୂରମ ପୁଲିସ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସର ଏକ ଟିମ୍‌ ଯାଇଛି । ମହିଳାଙ୍କ କହିବା ହେଉଛି, ଅଭିଯୁକ୍ତ ଏକ ସିକ୍ୟୁରିଟି କାର୍ଡ଼ ଭାବରେ କାମ କରେ । ତେବେ ଏହି ଘଟଣା ବାବଦରେ ପୁଲିସକୁ ସୋମବାର ଦ୍ୱିପ୍ରହରରେ ଏକ ଫୋନକଲ୍‌ ଆସିଥିଲା ଏବଂ ଘଟଣା ସାମ୍ନାକୁ ଆସିଲା ।

ଘଟଣା ପରେ ସ୍ତବ୍ଧ ହୋଇଯାଇଛନ୍ତି ପିଡ଼ିତା । ପୁଲିସର କହିବା ହେଉଛି ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । ଅନ୍ୟପଟେ ବିରୋଧ କରିବାରୁ ଅଭିଯୁକ୍ତ ମାରପିଟ୍‌ କରିଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ମହିଳା । ଖବର ମୁତାବକ, ମହିଳା ଜଣକ  ସେହି ଘରେ ଏକା ରୁହନ୍ତି । ଯାହାର ସୁଯୋଗ ଉଠାଇଲା ଅଭିଯୁକ୍ତ ।