ପୂର୍ବତନ କର୍ପୋରେଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

Rape Allegations Against Ex Corporator Bhubaneswar

ଭୁବନେଶ୍ୱର: ପୂର୍ବତନ କର୍ପୋରେଟରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ନେଇ ଭରତପୁର ଥାନାରେ ହୋଇଛି ଅଭିଯୋଗ । ଅଭିଯୁକ୍ତ ପୂର୍ବତନ କର୍ପୋରେଟର ଜଣଙ୍କ ହେଉଛନ୍ତି କାର୍ତ୍ତିକ ସୁନ୍ଦରରାୟ । ଅଭିଯୋଗ ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ । ସେପଟେ ମାମଲାରେ ହସ୍ତକ୍ଷେପ କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ କମିଶନର ଓ ଡିସିପିଙ୍କୁ ଚିଠି କରିଛନ୍ତି ଅଧ୍ୟକ୍ଷା ।

Rape Allegations Against Ex Corporator Bhubaneswar

ରାଜଧାନୀରେ ଲଜ୍ୟା । ପୂର୍ବତନ କର୍ପୋରେଟରଙ୍କ କୁତ୍ସିତ କାରନାମା । ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁର୍ଷ୍କମ । ପୂର୍ବତନ କର୍ପୋରେଟର କାର୍ତ୍ତିକ ସୁନ୍ଦରାୟଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ଭରତପୁର ଅଞ୍ଚଳର ଜଣେ ମହିଳାଙ୍କ ସମସ୍ୟାର ସମାଧାନ ନାଁରେ ଫାଇଦା ନେଇଥିଲେ କାର୍ତ୍ତିକ । ମହିଳାଙ୍କ ଘରକୁ ଯିବା ସମୟରେ ନାବାଳିକାଙ୍କ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି । ଦାମୀ ମୋବାଇଲ, ବିଦେଶରେ ପାଠ ପଢ଼ାଇବା ଓ ମାର୍କ ବଢାଇବାର ପ୍ରତିଶ୍ରୁତି ଦେଖାଇ ଦୁଷ୍ମର୍ମ କରିଥିଲେ କାର୍ତ୍ତିକ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ଆଇପିସି ଧାରା ୩୭୬ ଓ ପକ୍ସୋ ଆକ୍ଟରେ ରୁଜୁ ହୋଇଛି ମାମଲା ।

Rape Allegations Against Ex Corporator Bhubaneswar

୧୬୧ ଧାରାରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି । ମାମଲା ରୁଜୁ ହେବା ପରେ ଘଟଣାରେ ହସ୍ତକ୍ଷେପ କରିଛି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ଅଭିଯୁକ୍ତକୁ ତୁରନ୍ତ ଗିରଫ ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପି ଓ ସିପିଙ୍କୁ ଚିଠି ଲେଖିଛନ୍ତି ଆୟୋଗ । ଏହା ସହ ନାବାଳିକାଙ୍କୁ ଆୟୋଗ ପକ୍ଷରୁ କାଉନସେଲିଂ କରାଯାଇଛିଯ ସହାୟତାର ଲୋଭ ଦେଖାଇ କାର୍ତ୍ତିକ ଫାଇଦା ଉଠାଇଛନ୍ତି ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ ।